ଟିକାବାଲି ଥାନା ବ୍ୟାରେକରେ ଫ୍ୟାନରେ ଝୁଲି କନଷ୍ଟେବଲଙ୍କ ଆତ୍ମହତ୍ୟା…

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲାରେ ପୁଣି ଜଣେ ପୁଲିସ କର୍ମଚାରୀଙ୍କ ବେକରେ ରଶି ଲଗାଇ ଆତ୍ମହତ୍ୟା I କିଛି ମାସ ପୂର୍ବେ ଘୁ. ଉଦୟଗିରି ଥାନାରେ ଜଣେ ମହିଳା ଏସଆଇ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ବେଳେ ଆଜି ଟିକାବାଲି ଥାନାର ବେରେକ ଠାରେ ପୁରିଷ ପୁଲିସ କର୍ମଚାରୀଚାରିଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର କରାଯାଇଛି I
ଘଟଣା ଅନୁସାରେ ଟିକାବାଲି ଥାନା ସ୍ଥିତ ସରକାରୀ ବାସଭବନରେ ଶ୍ରୀନିବାସ ଘୋଟାଲ (୪୫)ନାମକ ଜଣେ କନଷ୍ଟେବଳ ବେକରେ ଗାମୁଛା ଲଗେଇ ଫ୍ୟାନ ରେ ଆତ୍ମହତ୍ୟା କରି ଛନ୍ତି I ମୃତ କନଷ୍ଟେବଳ ଜଣକ ଫୁଲବାଣୀର ଡାକପାଲା ଗ୍ରାମର ବୋଲି ଜଣା ପଡିଛି I ସେ ୯୦ ବ୍ୟାଚ ର (ଓଏସଏଫ) ଭାବରେ କାର୍ଯ୍ୟରେ ଯୋଗ ଦେଇଥିଲେ I ୨୦୧୭ ପରେ ଓଏସଏଫ କମ୍ପାନୀ ଛାଡି ପାଖାପାଖି ୬ ବର୍ଷ ହେବ ଓଡିଶା ପୁଲିସ ଭାବରେ ପ୍ରଥମେ ଫୁଲବାଣୀ ହେଡକ୍ୱାଟର କନ ଷ୍ଟ୍ରେଵଲ ଭାବରେ ରହିବା ପରେ କୋଟଗଡ଼, ଘୁ.ଉଦୟଗିରି ଓ ୨୦୨୧ରୁ ଟିକାବାଲି ଥାନାରେ କନ ଷ୍ଟ୍ରେଵଲ ଭାବରେ କାର୍ଯ୍ୟ କରୁଥିଲେ I ମୃତ ପରିବାର ସଦସ୍ୟଙ୍କ କହିବା ଅନୁସାରେ ତାଙ୍କର ଗାଁରେ ଏକ ନୂଆ ବାସଗୃହ ନିର୍ମାଣ ଆରମ୍ଭ କରିବା ପରେ ଜମିବାଡ଼ିକୁ ଜମିବାଡ଼ି ବିବାଦକୁ ନେଇ ସଦାବେଳେ ଉଦାସମନରେ ରହୁଥିଲେ I ଆଜି ସ୍ଥାନୀୟ ଟିକାବାଲି ଥାନାରେ ସେଣ୍ଟ୍ରିଡ଼ିଉଟି ପାଇଁ ତାଙ୍କ ସହକର୍ମୀମାନେ ଡାକିବା ବେଳେ ଶ୍ରୀନିବାସ ରହୁଥିବା କ୍ୱାଟରର କବାଟ ଭିତର ପଟେ ବନ୍ଦ ଥିବା ଦେଖି ଝରକାରେ ଥିବା ଏକ ଛୋଟିଆ କଣାରୁ ଦେଖିବା ବେଳକୁ ଗାମୁଛାରେ ଫ୍ୟାନରେ ଝୁଲିଥିବା ଦେଖିବାକୁ ମିଳିଥିଲା I ସଂଗେ ସଂଗେ ସହକର୍ମୀମାନେ ସ୍ଥାନୀୟ ପୁଲିସ ଅଧିକାରୀଙ୍କୁ ଅବଗତ କରିଥିଲେ I ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ଆରକ୍ଷୀ ଅଧିକ୍ଷକ ଫୁଲବାଣୀ, ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଘୁ.ଉଦୟଗିରି, ତହସିଲଦାର ଟିକାବାଲିଙ୍କ ସମେତ ଅନ୍ୟ ଉଚ୍ଚପଦସ୍ଥ ପୁଲିସ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ୧/୨୦୨୩ରେ ଏକ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠେଇ ଛନ୍ତି I