ନିଆଁରେ ପୋଡ଼ି ହୋଇ ବୃଦ୍ଧା ମହିଳାଙ୍କ ମୃତ୍ୟୁ….

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ୱାର୍ଡ଼ ନମ୍ବର ୬ ଗୌଡ଼ ସାହିର ବୃଦ୍ଧା ମହିଳା ନାମ ପିଆରୀ ପ୍ରଧାନ ବୟସ ୬୨ ବର୍ଷଙ୍କ ନିଆଁରେ ପୋଡ଼ି ହୋଇ ମୃତ୍ୟୁ ଘଟିଛି I ସୂଚନା ପ୍ରକାରେ ଗତ କାଲି ରାତିରେ ଘରେ ଏକାକୀ ରୋଷେଇ କରିବା ସମୟରେ ନିଜର ଅସାବଧାନତା ଯୋଗୁଁ ତାଙ୍କ ଶାଢୀରେ ନିଆଁ ଲାଗି ଯାଇଥିଵା ସୂଚନା ରହିଛି I ଆଜି ସକାଳୁ ତାଙ୍କ ପଡ଼ୋଶୀ ତାଙ୍କ ଘରୁ ଚିତ୍କାର ଶୁଣିବାରୁ ତାଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ ଏବଂ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ I ଏନେଇ ଘୁ.ଉଦୟଗିରି ଆଦର୍ଶ ଥାନାରେ କେଶ ନମ୍ବର ୟୁ.ଡି-06/23 ରେ ଏକ ଅପ ମୃତ୍ୟୁ ମାମଲା ରୁଜୁ ହୋଇଥିବା ସୂଚନା ଦେଇଛନ୍ତି ତଦନ୍ତ ଅଧିକାରୀ ଏସ.ଆଇ ଲକ୍ଷ୍ମୀଧର ନାୟକ I ବୃଦ୍ଧା ମହିଳା ପିଆରୀଙ୍କ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ତାଙ୍କ ମରଶରୀର ହସ୍ତାନ୍ତର କରାଯାଇଛି I