+ ୨ ଛାତ୍ରି କଳା ବିଭାଗର ପରିକ୍ଷା ଦେଇ ଫେରିବା ବେଳେ ଛୁରାମାଡ….

ଅନୁସନ୍ଧାନ ଭାରତ(ବ୍ୟୁର): ରାୟଗଡ଼ା ଜିଲ୍ଲାର ଗୁମୁଡା ଦ୍ରୋପଦୀ ବିଦ୍ୟାପିଠର ଛାତ୍ରିକୁ ଗୁମୁଡା ଜଗନ୍ନାଥ ମନ୍ଦିର ରାସ୍ତାରେ ଛୁରାମାଡ ହୋଇଛି । ଛାତ୍ରି ଜଣକ +୨ କଳା ବିଭାଗରେ ପରିକ୍ଷା ଦେଇ ଫେରୁଥିଲେ । ଏହି ସମୟରେ ଜଣେ ଅଜଣା ଯୁବକର ଛୁରାମାଡ କରିଛନ୍ତି I ଛାତ୍ରୀଙ୍କ ବେକରେ ଛୁରାମାଡ ହୋଇ ଥିବା ସୂଚନା। ଛାତ୍ରିଙ୍କ ଘର ବିଷମକଟକ ବୋଲି ଜଣାପଡିଛି । ଗୁରୁତର ଛାତ୍ରିକୁ ଉଦ୍ଧାର କରି ପଦ୍ମପୁର ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା କରାଯାଉଛି । ବର୍ତମାନ ଛାତ୍ରୀଙ୍କୁ ବ୍ରହ୍ମପୁର ମେଡ଼ିକାଲକୁ ସ୍ଥାନାନ୍ତର କରିବା ସୂଚନା ମିଳିଛି । ଘଟଣା ସ୍ଥଳରେ ପୁଲିସର ଛାନଭିନ। ଛୁରାମାଡ କରିଥିବା ଯୁବକ ସ୍ଥାନିୟ ଲୋକ ଧରି ପୁଲିସ କୁ ହସ୍ତାନ୍ତର କରିଛନ୍ତି। ପୁଲିସ୍ ଅଭିଯୁକ୍ତ ଯୁବକକୁ ଅଟକ ରଖିଛି ତଦନ୍ତ ଚଳାଇଛି। ଛୁରାମାଡର କାରଣ ବର୍ତମାନ ସୁଦ୍ଧା ଅସ୍ପଷ୍ଟ ।