ଗଛରେ ପିଟି ହେଲା କାର: ସ୍ୱାମି ଓ ସ୍ତ୍ରୀ ମୃତ, ୪ ଗୁତୁତର…

ଅନୁସନ୍ଧାନ ଭାରତ(ବ୍ୟୁର): ବୁଧବାର ଭୋର ସଖାଳ ସମୟରେ ଫୁଲବାଣୀ- ବୌଦ୍ଧ ସଂଯୋଗ ଜାତୀୟ ରାଜପଥ ନମ୍ବର ୧୫୭ର ଚାରିଛକ ନିକଟ ଘୋଡ଼ାଡିଆଁ ବାଙ୍କରାସ୍ତା ଗୋଟିଏ ନାଲି କାର୍ ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଜଣା ପଡିଛି l ମିଳିଥିବା ସୂଚନା ଅନୁଯାୟୀ (ଓଡ଼ି୧୬-୦୯୧୦ )ନମ୍ବର କାର ଯୋଗେ ଗଞ୍ଜାମ ବେଲଗୁଣ୍ଠା ଅଂଚଳର ଗୋଟିଏ ପରିବାରର ୪ ଜଣ ସଦସ୍ୟ ରାଉରକେଲା ଯାଉଥିଲେ I ଚାରିଛକ ନିକଟରେ ଆଜି ଭୋର ପ୍ରାୟ ୫ ଘଣ୍ଟା ସମୟରେ କାର୍ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଗଛରେ ଧକ୍କା ଦେଇ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା I କାରରେ ଥିବା ସୁରେଂଦ୍ର ନାଏକ ଓ ତାଙ୍କ ପତ୍ନୀ ନମିତା ଘଟଣା ସ୍ଥଳରେ ମ୍ରୁତ୍ୟୁବରଣ କରିଥିଲେ I ଡ୍ରାଇଭର ସମେତ ଅନ୍ୟ ଦୁଇ ଜଣ ଗୁରୁତର ଆହତ ବ୍ୟକ୍ତିଙ୍କୁ ବୌଦ୍ଧ ଡାକ୍ତରଖାନା ରେ ଭର୍ତ୍ତି କରାଯାଇଛି I ସୁରେନ୍ଦ୍ରଙ୍କ ପିତା ରାଉରକେଲାରେ ଥିଲେ ଓ ତାଂକର ଦେହ ଅସୁସ୍ଥ ଖବର୍ ପାଇ ସପରିବାର ରାଉରକେଲା ଦେଖିବାକୁ ଯାଉଥିବା ସମୟରେ ଦୁର୍ଘଟଣା ଘଟିଥିବା ଜଣା ପଡିଛି I ଖବର ପାଇ ଘଟଣା ସ୍ଥଳରେ ପୁରୁଣା କଟକ ଥାନା ଅଧିକାରୀ ଜଛନାରାଣୀ କାଉଁରୀ ଓ ଅନ୍ୟ କର୍ମଚାରୀ ପହଞ୍ଚି କାର ଗାଡ଼ି ଓ ମୃତ୍ୟୁ ଶବକୁ ଜବଦ କରି ମାମଲା ରୁଜ କରି ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଚଲାଇ ଥିବା ସୂଚନା ମିଳିଛି I