ଅନୁସନ୍ଧାନ ଭାରତ(ବ୍ୟୁର): ଭୁବନେଶ୍ୱରରେ କୋଭିଡ଼ ମହାମାରୀର ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଆଉ କୋଡ଼ିଏ କୋଟି ଟଙ୍କାର ସହାୟତା ମଜୂର କରିଛନ୍ତି I
ସୂଚନାଯୋଗ୍ୟ ଯେ ପୂର୍ବରୁ ଏଥିପାଇଁ ଭୁବନେଶ୍ୱର ମହାନଗର ନିଗମକୁ ୭୭କୋଟି ଟଙ୍କା ଦିଆଯାଇଛି I
ଭୁବନେଶ୍ୱରରେ ରାଜ୍ୟର ସର୍ବାଧିକ କୋଭିଡ଼ ହସ୍ପିଟାଲ ରହିଛି ଏବଂ ଚିକିତ୍ସିତ ରୋଗୀଙ୍କ ସଖ୍ୟା ମଧ୍ୟ ଏଠାରେ ସର୍ବାଧିକ I ଚିକିତ୍ସା ପାଇଁ ରାଜ୍ୟର ବିଭିନ୍ନ ଅଞ୍ଚଳରୁ କୋଭିଡ଼ ରୋଗୀ ଭୁବନେଶ୍ୱରକୁ ଆସି ଥାନ୍ତି I ତେଣୁ ଭୁବନେଶ୍ୱରର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି ଅର୍ଥ ମଜୂର କରାଯାଇଛି I