ଦୋକାନ ସିଲକୁ ନେଇ ବାଲିଗୁଡ଼ାରେ ଉତ୍ତେଜନା…

ଅନୁସନ୍ଧାନ ଭାରତ(ବ୍ୟୁର): ମହାମାରୀ କରୋନାକୁ ନେଇ ସାରା ଦେଶ ଆତଙ୍କିତ ଅବସ୍ଥାରେ I ସଂକ୍ରମଣ ରୋକିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଛି I

csp

ଲକ୍‌ଡାଉନ୍‌ ସଟ୍‌ ଡାଉନ୍‌ ପ୍ରକ୍ରିୟାକୁ କଡ଼ାକଡ଼ି କରାଯାଇଛି I ଫଳରେ ରାଜ୍ୟରେ ବର୍ତ୍ତମାନ ସଂକ୍ରମିତଙ୍କ ସଂଖ୍ୟା କମିଛି ହେଲେ ବିପଦ ଟଳିନି । ଏଭଳି ପରିସ୍ଥିତିରେ କୋଭିଡ ନିୟମ ଉଲ୍ଲଂଘନ କରି ସାବିତ୍ରୀ ଅମାବାସ୍ୟାକୁ ନେଇ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବଜାରରେ ନାହିଁନଥିବା ଭିଡ଼ ପରିଲକ୍ଷିତ ହୋଇଛି I ଏନେଇ ବାଲିଗୁଡ଼ା ତହସିଲଦାର ନିଜ ଟିମ୍‌ ସହ ଚଢ଼ାଉକରି ୧୮ଟି ଦୋକାନ ସିଲ୍‌ କରିଛନ୍ତି I ଏହାକୁ ନେଇ କିଛି ବ୍ୟବସାୟୀ ପ୍ରଶାସନ ସହ ମୁହାଁମୁହିଁ ହୋଇଥିବା ଜଣାପଡ଼ିଛି I ଉତ୍ତେଜିତ ପରିସ୍ଥିତି ସୃଷ୍ଟି ହେବାପରେ ଘଟଣାସ୍ଥଳରେ ବାଲିଗୁଡ଼ା ଏସଡିପିଓ ମନୋଜ ପୂଜାରୀ ଓ ଥାନା ଅଧିକାରୀ ବାବାଶଙ୍କର ସରାଫ ପହଞ୍ଚି ପରିସ୍ଥିତି ଆୟତ୍ତ କରିଛନ୍ତି I ଏଥିସହିତ ଅମାନିଆଙ୍କ ନିକଟରୁ ଫାଇନ୍‌ ମଧ୍ୟ ଆଦାୟ କରୁଛି ପ୍ରଶାସନ I