ଡାକ୍ତରଙ୍କ ନାହିଁ ଦେଖା, ଡାକ୍ତରୀ ମାଇନା ପାଇଁ ଗୁଣୁପୁର ଉପଖଣ୍ଡ ଚିକିତ୍ସାଳୟର ୪ ଘଣ୍ଟା ଅପେକ୍ଷା କଲେ ପୁଲିସ ଓ ପୀଡ଼ିତା….
ଅନୁସନ୍ଧାନ ଭାରତ(ବ୍ୟୁର): ଗୁଣପୁର ବ୍ଲକ୍ ଅନ୍ତର୍ଗତ ଘଣାନ୍ତ୍ରୀ ଗ୍ରାମର ଜଣେ ଆଦିବାସୀ ଯୁବତୀଙ୍କୁ ଉକ୍ତ ଗ୍ରାମର ଜଣେ ଯୁବକ ଦୁଷ୍କର୍ମ କରିଥିବା ନେଇ ପରିବାର ପକ୍ଷରୁ ଗୁଣୁପୁର ଥାନାରେ ଏତଲା ଦିଆଯାଇଥିଲା । ଏତଲାକୁ ଭିତ୍ତିକରି ପୁଲିସ ପକ୍ଷରୁ ମାମଲା କରାଯାଇ ଅଭିଯୁକ୍ତକୁ ଗିରଫ କରାଯାଇଥିଲା। ଗିରଫ ପରେ ଗୁଣପୁର ପୁଲିସ ପୀଡିତା ଓ ବଳତ୍କାର କରିଥିବା ଯୁବକଙ୍କୁ ଡାକ୍ତରୀ ମାଇନା ନିମନ୍ତେ ଗୁଣପୁର ଉପଖଣ୍ଡ ଚିକିତ୍ସାଳୟକୁ ସନ୍ଧ୍ୟା ୪ ଘଣ୍ଟା ସମୟରେ ନେଇଥିଲେ । କିନ୍ତୁ ସେହି ସମୟରେ କୌଣସି ଡାକ୍ତର ଉପସ୍ଥିତ ନଥିବାରୁ ପୁଲିସ ଓ ପୀଡିତା ଦୀର୍ଘ ସମୟ ଅପେକ୍ଷା କରିଥିଲେ। ରାତି ୮ଟା ପରେ ଡାକ୍ତର ଆସି ଏବେ ଆଉ ପରୀକ୍ଷା ହୋଇପାରିବ ନାହିଁ ସମୟ ସୀମା ସରିଯାଇଛି ବୋଲି କହିଥିଲେ। ଫଳରେ ପୀଡ଼ିତାଙ୍କ ପରିବାର ଲୋକେ ହଟ୍ଟଗୋଳ କରିଥିଲେ । ପୁଲିସ ମଧ୍ୟ ବିକଳ ହୋଇ ଅନୁରୋଧ କରି କହିଥିଲେ ଯେ ବିଚାରପତି କୋର୍ଟରେ ଅପେକ୍ଷା କରିଛନ୍ତି । ପରେ ଡାକ୍ତର ରକ୍ତ ନମୁନା ସଂଗ୍ରହ କରିଥିଲେ । କିନ୍ତୁ ସମ୍ପୂର୍ଣ୍ଣ ପରୀକ୍ଷା ହୋଇପାରିଲା ନାହିଁ । ଫଳରେ ବାଧ୍ୟ ହୋଇ ରାତି ୯ ଘଣ୍ଟା ସମୟରେ ୧୧୨ ଗାଡ଼ି ଯୋଗେ ପୁଲିସ ପୀଡିତାଙ୍କୁ ତାଙ୍କ ଘରେ ଛାଡିଥିଲା । ଆଜି ପୁଣି ଥରେ ପୀଡିତାଙ୍କୁ ଆଣି ସମସ୍ତ ପରୀକ୍ଷା କରାଯାଇ ମାଜିଷ୍ଟ୍ରେଟଙ୍କ ଉପସ୍ଥିତରେ ବୟାନ ତଦନ୍ତକାରୀ ରେକର୍ଡ କରାଯାଇଥିଲା । ପିଡିତାଙ୍କୁ ତାଙ୍କ ପରିବାରକୁ ହସ୍ତାନ୍ତର କରାଯାଇଥିବା ବେଳେ ଅଭିଯୁକ୍ତଙ୍କୁ ଥାନା ହାଜତକୁ ପଠାଇ ଦିଆଯାଇଛି । ଅଧିକାରୀ ଭାବେ ଡିଏସ୍ପି ବିକାଶ ରଞ୍ଜନ ବେଉରା ରହିଛନ୍ତି। ସରକାରୀ କାର୍ଯ୍ୟରେ ଯଦି ଏ ଭଳି ସମସ୍ୟା ହେଉଛି ତେବେ ସାଧାରଣ ଜନତାଙ୍କ ଅବସ୍ଥା କିପର ଥିବ ବୋଲି ପ୍ରଶ୍ନବାଚୀ ସୃଷ୍ଟି ହେଉଛି ।