ଲାଞ୍ଜିଗଡ଼ ଅଞ୍ଚଳ ପାଇଁ ଖୁସି ଖବର ଆଣିଲେ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଦୁଇ ଛାତ୍ର, ରାଜ୍ୟ ସ୍ତରୀୟ ହାକାଥନ କାର୍ଯ୍ୟକ୍ରମରେ ଭାଗନେବେ ସୋହନ ତୁଳ ଓ ଚୈତନ୍ୟ ବାଣୁଆ…
ଅନୁସନ୍ଧାନ ଭାରତ(ବ୍ୟୁର): କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ବିଶ୍ଵନାଥପୁର ପଞ୍ଚାୟତ ଅନ୍ତର୍ଗତ ଧରାଭଟା ଲାଞ୍ଜିଗଡ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଛାତ୍ରଛାତ୍ରୀ ମାନେ ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ଆୟୋଜିତ ଜିଲ୍ଲା ସ୍ତରୀୟ ହାକାଥନ କାର୍ଯ୍ୟକ୍ରମ ଯୋଗଦେଇ ଥିଲେ । ଏହି ଅବସରରେ ଆୟୋଜିତ ଓଡ଼ିଆ ଓ ଇଂରାଜୀ ପ୍ରବନ୍ଧ, ତର୍କ କୁଇଜ୍ ଓ ହାକାଥନ ପ୍ରକଲ୍ପ ପ୍ରତିଯୋଗିତାରେ ଉଚ୍ଚ ମାଧ୍ୟମିକ ସ୍ତରରେ ଅଧ୍ୟୟନରତ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ଏଥିରେ ୩୩ଟି ହାକାଥନ ପ୍ରକଲ୍ପ ପ୍ରଦର୍ଶିତ ହୋଇଥିଲା ।
ଏହି ଇଂରାଜୀ ପ୍ରବନ୍ଧରେ ଲାଞ୍ଜିଗଡ ଆଦର୍ଶ ବିଦ୍ୟାଳୟର ସୋହନ ତୁଳ ପ୍ରଥମ ସ୍ଥାନ ଅଧିକାର କରି ରାଜ୍ୟ ସ୍ତରୀୟ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଥିବା ବେଳେ ହାକାଥନ ପ୍ରକଳ୍ପରେ ଲାଞ୍ଜିଗଡ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଛାତ୍ର ଚୈତନ୍ୟ ବାଣୁଆ ପ୍ରଥମ ସ୍ଥାନ ଅଧିକାର କରି ଲାଞ୍ଜିଗଡ଼ ଅଞ୍ଚଳ ଓ ବିଦ୍ୟାଳୟ ପାଇ ଗର୍ବ ଓ ଗୌରବର ଆଣିଥିବା ଚର୍ଚ୍ଚା ହେଉଛି। ଏହି ଦୁଇ ଛାତ୍ରଙ୍କ ସଫଳତାକୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଜଣାଇବା ସହ ତାଙ୍କର ଉତ୍ତରତର କାମନା କରୁଥିବା ଦେଖିବାକୁ ମିଳିଛି ।