କୁମ୍ଭକର୍ଣ୍ଣ ନିଦ୍ରାରେ ଗୁଣୁପୁର ପୁଲିସ ପ୍ରଶାସନ, ପୁଣି ଅବସରପ୍ରାପ୍ତ ପ୍ରଧାନଶିକ୍ଷକଙ୍କ ଘରେ ବୁଲେଇଲେ କଳାକନା…

ଅନୁସନ୍ଧାନ ଭାରତ(ବ୍ୟୁର): କିଛି ମାସର ନୀରବତା ପରେ ପୁଣି ଗୁଣପୁର ଅଞ୍ଚଳରେ ପୁଣି ସକ୍ରିୟ ହୋଇଛନ୍ତି ଲୁଟେରା । ଗତକାଲି ବିଳମ୍ବିତ ରାତିରେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ସୌଭାଗ୍ୟ ପତିତଙ୍କ ଘରୁ ଚୋରି ହୋଇଥିବା ସୂଚନା ମିଳିଛି । ସୂଚନା ଅନୁଯାୟୀ ଶ୍ରୀ ପତିତ କୌଣସି କାର୍ଯ୍ୟରେ ଘରେ ଚାବି ପକେଇ ଗୁଡାରି ଯାଇଥିଲେ । ଆଜି ଭୋର ସମୟରେ ଶ୍ରୀ ପତିତ ଘରକୁ ଫେରି ଚୋରି ହୋଇଥିବା ଦେଖିବାକୁ ପାଇଥିଲେ । ଅଧ ତୋଳା ସୁନା, ୬ ତୋଳା ରୂପା, ୧୭,୦୦୦ ଟଙ୍କା ଓ ମଟର ସାଇକେଲ ଚୋରି ହୋଇଥିବା ସୂଚନା ମିଳିଛି । ଗୁଣପୁର ପୁଲିସ ଘଟଣା ସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଛି । ସିସିଟିଭି ଫୁଟେଜ ଆଧାରରେ ବର୍ତ୍ତମାନ ତଦନ୍ତ ଆରମ୍ଭ କରାଯାଇଛି । ତେବେ ଗତ କିଛି ଦିନ ଧରି ରାୟଗଡା ସହରରେ ବ୍ୟାପକ ଚୋରି, ଡକାୟତି, ଲୁଟ ଓ ମଦ୍ୟପଙ୍କ ଉତ୍ପାତ ଜାରୀ ରହିଥିବା ବେଳେ ଏବେ ଗୁଣପୁରରେ ଏଭଳି ଘଟଣା ସାଧାରଣ ଲୋକଙ୍କୁ ବେଶ ଚିନ୍ତାରେ ପକେଇଛି ।