କଂଗ୍ରେସରେ ଯୋଗଦେଲେ ଓଡ଼ିଶାର ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ….

ଅନୁସନ୍ଧାନ ଭାରତ(ବ୍ୟୁର): ଆଜି ଓଡିଶାର ପୂର୍ବତନ ମୁଖ୍ୟ ଶାସନ ସଚିବ ଶ୍ରୀ ବିଜୟ ପଟ୍ଟନାୟକ ବିଧିବଦ୍ଧ ଭାବେ ଏଆଇସିସି କାର୍ଯ୍ୟାଳୟ ,ନୂଆଦିଲ୍ଲୀ ଠାରେ ଭାରତୀୟ ଜାତୀୟ କଂଗ୍ରେସରେ ଯୋଗ ଦେଇଛନ୍ତି। ଶ୍ରୀ ପଟ୍ଟନାୟକଙ୍କୁ ସମ୍ମାନନୀୟ ସଭାପତି ଶ୍ରୀଯୁକ୍ତ ମଲ୍ଲିକାର୍ଜୁନ ଖଡଗେ ପୁଷ୍ପଗୁଛ ଓ ଉତରୀୟ ଦେଇ କଂଗ୍ରେସ ଦଳକୁ ସ୍ୱାଗତ କରିଥିବା ବେଳେ ଶ୍ରୀ ପଟ୍ଟନାୟକଙ୍କ ଯୋଗଦାନ କଂଗ୍ରେସ ଦଳକୁ ରାଜ୍ୟରେ ସୁ ସଂଗଠିତ କରି ଦଳକୁ ଆଗକୁ ନେବାରେ ସହାୟକ ହେବ ବୋଲି ଶ୍ରୀଯୁକ୍ତ ଖଡଗେ ଆଶା ପ୍ରକାଶ କରିଛନ୍ତି । ସେହିପରି କଂଗ୍ରେସର ନୀତି ଆଦର୍ଶ ଓ ବିଚାର ଧାରାରେ ଅନୁପ୍ରାଣିତ ହୋଇ ଏବଂ ଯୁବ ମାନଶର ନେତା ରାହୁଲ ଗାନ୍ଧୀଙ୍କ ହାତମୁଠାକୁ ଟାଣ କରିବା ପାଇଁ ଏବଂ ରାଜ୍ୟରେ ଶରତ ପଟ୍ଟନାୟକଙ୍କ ନେତୃତ୍ୱକୁ ଭରସା କରି କଂଗ୍ରେସ ଦଳରେ ଯୋଗ ଦେଇଛନ୍ତି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି । ଏଠାରେ ସୂଚନା ଦିଆଯାଇପାରେ କି ରାଜ୍ୟରେ କଂଗ୍ରେସ ସରକାର ସମୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳ ଏବଂ ଗିରିଧର ଗମାଙ୍ଗଙ୍କ ସଚିବ ଭାବେ ସୁଚାରୁ ରୂପେ କାର୍ଯ୍ୟକରି ବହୁ ଖ୍ୟାତି ଅର୍ଜନ କରିଥିବା ଶ୍ରୀଯୁକ୍ତ ପଟ୍ଟନାୟକ ପରବର୍ତ୍ତୀ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ସଚିବ ଭାବେ ଏବଂ ରାଜ୍ୟର ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ଗ୍ରହଣ କରି ଅବସର ନେଇଛନ୍ତି । ଶ୍ରୀଯୁକ୍ତ ପଟ୍ଟନାୟକଙ୍କ ସହିତ ସାରଦା ପ୍ରସନ୍ନ ସ୍ୱାଇଁ ମଧ୍ୟ କଂଗ୍ରେସ ଦଳରେ ଯୋଗ ଦେଇଛନ୍ତି । ଏହି ମିଶ୍ରଣରେ ଓଡ଼ିଶା ପ୍ରଭାରୀ ତଥା ସାଂସଦ ଡ଼ ଚେଲାକୁମାରଙ୍କ ସମେତ ଏଆଇସିସି ସାଧାରଣ ସମ୍ପାଦକ ତଥା ସାଂସଦ କେ ସି ଭେନୁଗୋପାଳ, ପିସିସି ସଭାପତି ଶରତ ପଟ୍ଟନାୟକ, କଟକ ଜିଲ୍ଲା କଂଗ୍ରେସ ସଭାପତି ମାନସ ଚୌଧୁରୀ ପ୍ରମୁଖ ଉପସ୍ଥିତ ଥିଲେ ।