୧୩୨କେଭି କରେଣ୍ଟ୍ ଲାଇନ୍ ତଳେ ଚାଲିଛି ବସନ୍ତ ମହୋତ୍ସବର ମିନା ବଜାର..

ଅନୁସନ୍ଧାନ ଭାରତ(ବ୍ୟୁର): ରାୟଗଡ଼ା ଜିଲ୍ଲା ଗୁଣପୁର ଠାରେ ଚାଲୁରହିଛି ବଂଶଧାରା ବସନ୍ତ ମହୋତ୍ସବ I ଏହି ମହୋଉତ୍ସବକୁ ହଜାର ହଜାର ଲୋକ ତାଙ୍କ ପରିବାର ସହ ଆସି ମିନା ବଜାରକୁ ଦେଖି ଥାନ୍ତି । ଠିକ୍ ମିନା ବଜାରର ଉପରେ ଏକ ୧୩୨ କେଭିର କରେଣ୍ଟ ଲାଇନ୍ ଯାଇଛି I ଯଦି ଦୃଭାଗ୍ୟ ବଶତଃ କୌଣସି ଅଘଟଣ ଘଟିଯାଏ ତାହା ହେଲେ ଦାୟୀ ରହିବ କିଏ ? ଏପରି ସବୁ ଅବ୍ୟବସ୍ଥା ଦେଖି କିପରି ପ୍ରଶାସନ ଅନୁମତି ଦେଲା ତାହାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି । କୌଣସି ଅଘଟଣ ଘଟିବ ତାହା ହେଲେ ପ୍ରଶାସନ ଦାୟୀ ରହିବେ କି…? ନା ବସନ୍ତ ମହୋତ୍ସବର କମିଟି ଦାୟୀ ରହିବେ…? ଜନସାଧରଣଙ୍କ ମଧ୍ୟରେ ପ୍ରଶ୍ନ ଉଠିଛି । ଏପରି ଅଣଦେଖା କରିଛନ୍ତି କାହିଁକି, ନା ଏଥିରେ ପ୍ରଶାସନ ଓ ମହୋତ୍ସବର କମିଟି ମଧ୍ୟରେ କୌଣସି ମଧୁଚନ୍ଦ୍ରିକା ରହିଛି କି..? ବୋଲି ଜନସାଧାରଣଙ୍କ ମଧ୍ୟରେ ଚର୍ଚ୍ଚା ଜୋର୍ ଧରିଛି ।