ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ସ୍ଥିତ କଳିଙ୍ଗ ମହାବିଦ୍ୟାଳୟରେ ଓଡିଶା ସରକାରଙ୍କ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଛାତ୍ରୀମାନଙ୍କ ପାଇଁ ଅଷ୍ଟ ଦିବସୀୟ ଆତ୍ମ ସୁରକ୍ଷା ତାଲିମ ଶିବିର ଉଦଯାପିତ ହୋଇଯାଇଛି । ଅଧ୍ୟକ୍ଷ ସୁଧାଂଶୁ ଶେଖର ମେହେରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଯାପନ ସଭାରେ ସ୍ଥାନୀୟ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ଭାନୁପ୍ରଭା ମିଶ୍ର ମୁଖ୍ୟ ଅତିଥି, ଅଧ୍ୟାପିକା ସୁପ୍ରିୟା ମହାନ୍ତି ସମ୍ମାନିତ ଅତିଥି ଓ ଅଧ୍ୟାପକ ଡଃ ନଳିନୀ କୁମାର ପାଣିଗ୍ରାହୀ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ସାଂପ୍ରତିକ ସମାଜରେ ଝିଅମାନଙ୍କ ଉପରେ ହେଉଥିବା ଅତ୍ୟାଚାରର ପ୍ରତିରୋଧ ପାଇଁ ଆତ୍ମ ସୁରକ୍ଷା କୌଶଳ ସଂପର୍କରେ ତାଲିମ ପ୍ରଦାନର ଭୂମିକା ଗୁରୁତ୍ଵପୂର୍ଣ୍ଣ ବୋଲି ମତବ୍ୟକ୍ତ କରିଥିଲେ । ଯୁକ୍ତ ତିନି ଶ୍ରେଣୀ ଛାତ୍ରୀ ସୁରୁଚି ପ୍ରଧାନ, ସ୍ୱାତିଷ୍ଣା କହଁର, ଦାମିନୀ ପ୍ରଧାନ ଓ ନିହାରିକା ପ୍ରଧାନ ଆଠ ଦିନ ବ୍ୟାପୀ ତାଲିମ୍ ପ୍ରଦାନ କରିଥିଲେ । ଶେଷରେ ଶିବିରର କାର୍ଯ୍ୟକ୍ରମ ସଂଯୋଜିକା ଅଧ୍ୟାପିକା ଅନିତା ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।