ଖାଇବାକୁ ନ ପାଇ ହଷ୍ଟେଲ ଛାଡ଼ିଲେ ବୈପାରିଗୁଡା ନୋଡାଲ ଉଚ୍ଚ ପ୍ରାଥମିକ ଛାତ୍ରାବାସର ଅନ୍ତେବାସୀ..

ଅନୁସନ୍ଧାନ ଭାରତ(ବ୍ୟୁର): ସରକାର ଶିକ୍ଷାର ଉନ୍ନତି ନିମନ୍ତେ ବହୁ ଅର୍ଥ ବ୍ୟୟ କରୁଛନ୍ତି। ସମସ୍ତେ ପଢ଼ିବେ, ସମସ୍ତେ ବଢ଼ିବେ ଯୋଜନା ମାଧ୍ୟମରେ ସରକାରଙ୍କ ପକ୍ଷରୁ ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା । ହେଲେ ଅନ୍ୟପକ୍ଷରେ ଖାଇବାକୁ ନପାଇ ସ୍କୁଲ ଓ ହଷ୍ଟେଲ ଛାତ୍ର ଛାଡ଼ି ଥିବା ଘଟଣା ପଦାକୁ ଆସିଛି । ଏପରି ଘଟଣା କୋରାପୁଟ ଜିଲ୍ଲା ବୈପାରିଗୁଡାର ନୋଡାଲ ଉଚ୍ଚ ପ୍ରାଥମିକ ଛାତ୍ରାବାସରେ ଦେଖିବାକୁ ମିଳିଛି I କିଛି ଛାତ୍ର ଖାଇବାକୁ ନପାଇ ହଷ୍ଟେଲ ଛାଡିଛନ୍ତି। ଅଧିକାଂଶ ସମୟରେ ଖାଇବା ମିଳୁନାହିଁ ବୋଲି ଛାତ୍ର ଅଭିଯୋଗ କରିଛନ୍ତି । ହଷ୍ଟେଲରୁୁ ଚାଲିଚାଲି ବାହାରିଲା ପରେ ଛାତ୍ରମାନଙ୍କ ଏପରି ଅବସ୍ଥା ଦେଖି ଆଖ ପାଖ ଗାଁର କିଛି ଲୋକ ସେମାନଙ୍କୁ ଖାଇବାକୁ ଦେଇଥିଲେ । ପରେ ସେହି ଛାତ୍ରମାନେ ନିଜ ନିଜ ଘରକୁ ଚାଲିଯାଇଛନ୍ତି ।ଏହି ଘଟଣାଟିକୁ ଚପେଇ ଦେବା ପାଇଁ ଉଦ୍ୟମ ଚାଲି ଥିବା ଅଭିବାବକ ଅଭିଯୋଗ କରିଛନ୍ତି I ଏହା ସହ ପ୍ରଧାନ ଶିକ୍ଷକ ଓ ଡବ୍ଲୁୟୁ ପିଲାଙ୍କୁ ଖାଇବାକୁ ନଦେଇ ନିମ୍ନ ମାନର ଖାଦ୍ୟ ଖାଇବାକୁ କରୁଛନ୍ତି ବୋଲି ଅଭିବାବକ ଅଭିଯୋଗ କରିଛନ୍ତି । ଏବାଦରେ ଡିଡବ୍ଲୁୟୁଙ୍କୁ ଫୋନ ମାଧ୍ୟମରେ ଯୋଗାଯୋଗ କରିଥିଲେ ମଧ୍ୟ କୋୖଣସି ସୁଫଳ ମିଳି ପାରିନାହିଁ I ଏହି ଘଟଣାକୁ ନେଇ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି I।