ଅନୁସନ୍ଧାନ ଭାରତ(ବ୍ୟୁର): ଆଜି ଅପରାହ୍ନ ପ୍ରାୟ 1 ଘଣ୍ଟା ସମୟରେ ସ୍ଥାନୀୟ କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ଵିଜ୍ଞାପିତ ଅଞ୍ଚଳ ପରିଷଦର ଇଲେକ୍ଟ୍ରି ଅଫିସ ଛକ ନିକଟରୁ ଜଣେ ଯୁବତୀଙ୍କ ବେକରୁ ଚେନ ଲୁଟ ଉଦ୍ୟମ ହୋଇ ଥିବା ଘଟଣା ଘଟି ଥିବା ଅଭିଯୋଗ ହୋଇଛି I ଯୁବତୀ ଜଣକ ସ୍କୁଟି ଧରି ଠିଆ ହୋଇଥିବା ସମୟରେ ଦୁଇ ଜଣ ଚେନ ଲୁଟେରା ଏକ ପଲସର ଯୋଗେ ଆସି ବେକରୁ ସୁନା ଚେନ ଲୁଟ ଉଦ୍ୟମ କରି ଥିଲେ I ଖବର ଅନୁସାରେ ଏକ ପଲସର ବାଇକରେ ଆସି ଲୁଟ ଉଦ୍ୟମ କରିଥିଲେ I ଦୁଇ ଜଣ ଲୁଟେରା ଧଳା ରଙ୍ଗର ହେଲମେଟ ପିନ୍ଧିଥିବା ସ୍ଥାନୀୟ ଲୋକ କହି ଥିବା ବେଳେ ଘଟଣାକୁ ନେଇ କୋକୁଆ ଭୟ ସୃଷ୍ଟି କରିଛି I ଲୁଟ ଉଦ୍ୟମ କରୁଥିବା ଲୁଟେରା ଜଣକ ଯୁବତୀଙ୍କ ବେକରୁ ସୁନା ଚେନ ଛଡେଇ ଥିଲେ ସୁଦ୍ଧା ଯୁବତୀଙ୍କ ଉପସ୍ଥିତି ବୁଦ୍ଧି ଯୋଗୁଁ ସେମାନେ ସୁନା ଚେନକୁ ନେବାରେ ସକ୍ଷମ ହୋଇନ ଥିଲେ I ଲୁଟ ଉଦ୍ୟମରେ ବିଫଳ ହେବା ପରେ ଦୁଇ ଲୁଟେରା ଆଖି ପିଛୁଳାକେ ସେହି ସ୍ଥାନରୁ କେଉଁଆଡ଼େ ଉକ୍ତ ବାଇକରେ ଦ୍ରୁତ ଗତିରେ ପଳେଇଥିଲେ I ଖବର ପାଇ ଘଟଣା ସ୍ଥଳକୁ ପୁଲିସ ଯାଇ ପଚରା ଉଚରା କରୁଛି I ଏପରି ଘଟଣା ସ୍ଥାନୀୟ ଅଞ୍ଚଳରେ ପ୍ରଥମ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି I ତେଣୁ ସହରର ମୁଖ୍ୟ ଛକ ଏକ ବିଭିନ୍ନ ସ୍ଥାନରେ ସହର ବାସୀଙ୍କ ସୁରକ୍ଷା ନିମନ୍ତେ ସିସିଟିଭି ଲଗାଇବା ପାଇଁ ଅଞ୍ଚଳ ବାସୀ ଦାବୀ କରିଛନ୍ତି I ସୂଚନା ଥଉକି କିଛିଦିନ ପୂର୍ବେ ବିଜ୍ଞାପିତ ଅଞ୍ଚଳ ପରିଷଦରେ ସିସିଟିଭି ଲଗାଇବା ପାଇଁ ପ୍ରସ୍ତାବ ଥିବା ବେଳେ ସ୍ଥାନୀୟ ବାସିନ୍ଦାଙ୍କ ପକ୍ଷରୁ ଅନେକ ଦିନ ହେବ ଦାବୀ ହୋଇ ଆସୁଛି I କିନ୍ତୁ ତାହା ଆଜି ପର୍ଯ୍ୟନ୍ତ ସଫଳ ହୋଇ ପାରିନାହିଁ I