ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜ଼ିଲ୍ଲା ଚକାପାଦ ବ୍ଲକ ବପଲମେଣ୍ଡି (ବି) ଗ୍ରାମ ପଞ୍ଚାୟତର ବିରିଗାଁ ଉଚ୍ଚ ବିଦ୍ୟାଳୟ ଠାରେ ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମ ଅନୂଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ପ୍ରଧାନ ଶିକ୍ଷକ ଦୁର୍ଗା ମାଧବ ସାହୁଙ୍କ ସଭାପତିତ୍ୱ ରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏହି କାର୍ଯ୍ୟକ୍ରମ ରେ ନିମନ୍ତ୍ରିତ ଅତିଥି ଭାବରେ ଯୋଗଦେଇଥିଲେ ଫୁଲବାଣି ବିଧାୟକ ଶ୍ରୀ ଅଙ୍ଗଦ କହଁର, ସୂତନ୍ତ୍ର ଉନ୍ନୟନ ପରିଷଦ କନ୍ଧମାଳ ଉପାଧ୍ୟକ୍ଷା ନଳିନୀ କହଁର, ସମିତି ଉପାଧ୍ୟକ୍ଷ ସୋମନାଥ ବେହେରା, ସମିତି ଅଧ୍ୟକ୍ଷା ବୈନେତ୍ରୀ କହଁର, ଜ଼ିଲ୍ଲା ପରିଷଦ ସଭ୍ୟା ରଞ୍ଚନା ନାୟକ ଚକାପାଦ, ବପଲ ମେଣ୍ଡି( ବି ) ସରପଞ୍ଚ ସୁନିତା କହଁର, ସମିତି ସଭ୍ୟ ଜୁନେଶ ଡିଗାଲ ପ୍ରମୁଖ ଯୋଗ ଦେଇଥିଲେ l ବିରିଗାଁ ବିଦ୍ୟାଳୟର ସମସ୍ୟା ଅର୍ଥାତ ବିଦ୍ୟାଳୟ ପାଇଁ କୋଠରୀ, ଖେଳ ପଡିଆ, ପାନୀୟ ଜଳ, ଓ ଆନୁସାଙ୍ଗିକ ସମସ୍ୟାର ସମାଧାନ ପାଇଁ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ମହୋଦୟ ବୃନ୍ଦ ଦୃଷ୍ଟି ଆକର୍ଷଣ କରିଥିଲେ l ସେହି ସବୁ ସମସ୍ୟାର ସମାଧାନ ପୂର୍ଣ୍ଣ କରାଯିବାକୁ ଅତିଥି ଗଣ ଦୃଢ଼ ପ୍ରତିଶୃତି ଦେଇଥିଲେ ଏବଂ ଏଏମସିଏସ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ଦୀନବନ୍ଧୁ ମହାନ୍ତି ଛାତ୍ର ଛାତ୍ରୀଙ୍କୁ ବଡ଼ ମଣିଷ ଓ ଭଲ ମଣିଷ ହେବାକୁ ଆହ୍ୱାନ ଦେଇଥିଲେ l ଶେଷରେ ନିମନ୍ତ୍ରିତ ଅତିଥିମାନଙ୍କ ଦ୍ୱରା ବିଭିନ୍ନ ପ୍ରିତିଯୋଗୀରେ ଅଂଶ ଗ୍ରହଣ କରିଥିବା କୃତିଛାତ୍ର ଛାତ୍ରୀଙ୍କୁ ପୁରସ୍କାର ବିତରଣ ଏବଂ ମାନପତ୍ର ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ପୁଲବାଣୀ ବିଧାୟକ ଅଙ୍ଗଦ କହଁର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦବୋଧନଦେଇ ମଞ୍ଚକୁ ଆକୃଷ୍ଟ କରିଥିଲେ l ଶେଷରେ ବିଦ୍ୟାଳୟ ନିର୍ମାଣ ପାଇଁ ବିନା ମୂଲ୍ୟରେ ପ୍ରାୟ ତିନି ଏକର ଜମି ଦାନ କରିଥିବା ମହାନ ବ୍ୟକ୍ତି ଶ୍ରୀ ଯୁକ୍ତ ଚନ୍ଦା ମଲ୍ଲିକଙ୍କୁ ସମ୍ମାନିତ କରାଯାଇଥିଲା l ଏହି କାର୍ଯ୍ୟକ୍ରମକୁ ସମ୍ପୂର୍ଣ ରୂପେ ସଫଳ କରି ଅତି ସୁନ୍ଦର ଏବଂ ଶୃଙ୍ଖଳିତ ଭାବରେ ତୁଲାଇଥିଲେ ଟିକାବାଲି ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ମହାନ୍ତି ଏବଂ ଛାତ୍ରଛାତ୍ରୀମାନ ରଂଗାରଗଂ କାର୍ଯ୍ୟକ୍ରମରେ ନୃତ୍ୟ ପରିବେଷଣ କରିଥିଲେ । ଉକ୍ତ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଏବଂ ଅଞ୍ଚଳବାସୀ ଖେଳକୁ ଉପଭୋଗ କରିଥିଲେ l