ଟିକାବାଲି ହାଇ ସ୍କୁଲ ଠାରେ ପଞ୍ଚାୟତ ସ୍ତରୀୟ କ୍ରୀଡା ପ୍ରତିଯୋଗିତା…

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ ଟିକାବାଲି ଗ୍ରାମପଞ୍ଚାୟତ ତରଫରୁ ଟିକାବାଲି ସରକାରୀ  ଉଚ୍ଚ ବିଦ୍ୟାଳୟ ଖେଳ ପଡିଆ ଠାରେ ହକି ପୁରୁଷ ବିଶ୍ୱକପ ୨୦୨୩ ପଞ୍ଚାୟତ ସ୍ତରୀୟ କ୍ରୀଡା ଅନୁଷ୍ଠିତ ହୋଇଥିଲା  l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବ ରେ ଟିକାବାଲି ବ୍ଲକ ଅଧ୍ୟକ୍ଷ ଶ୍ରୀଯୁକ୍ତ ଦିଲ୍ଲୀପ କହଁର, ସରପଞ୍ଚ ଶ୍ରୀ କୁନ୍ଦୁରୁ ମଲ୍ଲୀକ  ଏବଂ ପଞ୍ଚାୟତ ର୍ନୀବାହି ଅଧିକାରି ଶ୍ରୀ ଶୁରେସ ପରିଛା   ଯୋଗ ଦେଇ କାର୍ଯ୍ୟକ୍ରମର ଶୁଭା ଆରମ୍ଭ କରିଥିଲେ l ବିଦ୍ୟାଳୟରେ କ୍ରୀଡାର ଟ୍ରାକରେ ନିୟମ ଅନୁସାରେ ଖେଳ ପାଇଁ ବିଦ୍ୟାଳୟର ଶିକ୍ଷକ, ଶିକ୍ଷତ୍ରୀ ଗୁରୁତ୍ୱ ଦେଇଥିଲେ l ଏହି ଖେଳ ପଡ଼ିଆରେ ଟିକାବାଲି ଏଏମସିଏସ୍ ମହାବିଦ୍ୟାଳୟର ଛାତ୍ରାଛାତ୍ରୀ ଓ ଟିକାବାଲି ହାଇସ୍କୁଲର ଛାତ୍ରଛାତ୍ରୀଙ୍କ ମଧ୍ୟରେ କବାଡି ଏବଂ ଖୋ ଖୋ  ପ୍ରତିଯୋଗିତା ହୋଇଥିଲା l ଏହି  ଖେଳକୁ  ଶିକ୍ଷକ ଶ୍ରୀ ହିମାସ୍କୁ ବେହେରା  ଓ ଟିକାବାଲି କଲେଜର ଖେଳ ଶିକ୍ଷକ ଶ୍ରୀ ମୋନଜ ଭୋଳ, ପଞ୍ଚାନନ୍ ପାଣୀଗ୍ରାହି, ହୋରିହର ନାୟକ,ପିକରଡି ହାଇସ୍କୁର ଖେଳ ଶିକ୍ଷକ ଶ୍ରୀ ମନଜ ଭୋଳ, ଖେଳ କୁ ସୁନ୍ଦର ଭାବରେ ପରିଚାଳନା କରିଥିଲେ l ଟିକାବାଲି ଗ୍ରାମପଞ୍ଚାୟତର  ନାଏବ୍ ସରପଞ୍ଚ ,ଶାନିଲତା ସାହୁ, ଜି ଆରଏସ୍ ଏବଂ ସମସ୍ତ ଓ୍ବାର୍ଡ ମେମ୍ବର ସହିତ  ବହୁ ମାନ୍ୟଗଣ କାର୍ଯ୍ୟକ୍ରମରେରେ ଉପସ୍ଥିତ ରହି ଖେଳ ଉପଭୋଗ କରିଥିଲ । କବାଡି ଖେଳରେ  ହାଇସ୍କୁକୁ ପଛରେ ପକାଇ  ଏ,ଏମ୍ ସି,ଏସ୍ କଲେଜ ବିଜୟ କରିଥିଲେ । ସେହି ପରି ଖୋ ଖୋ ଖେଳରେ  ଏଏମସିଏସ କଲେଜକୁ  ପଛରେ ପକାଇ ହାଇସ୍କୁଲ ବିଜୟଲାଭ କରିଥିଲା  ।  ଖେଳ ସମାସ୍ତ ପରେ  ଖେଳରେ ପ୍ରଥମ, ଦ୍ୱତୀୟ, ତୃତୀୟ ସ୍ଥାନ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା l ଏହି ଖେଳକୁ ଦର୍ଶକମାନେ ବହୁତ ଶାନ୍ତି ଶୃଙ୍ଖଳା ଭାବରେ ଉପଭୋଗ କରି ଥିଲେ l