ଅନୁସନ୍ଧାନ ଭାରତ(ବ୍ୟୁର): ରାୟଗଡା ଜିଲ୍ଲା ଗୁଣପୁର ଠାରେ ସିପିଆଇଏମଏଲ ଲିବରେସନର ରାଜ୍ୟ ସ୍ତରୀୟ ଦୁଇ ଦିନିଆ ସମ୍ମିଳନି ଆରମ୍ଭ ହୋଇଛି । ଏଥି ଲାଗି ଶୋଭାଯାତ୍ରା ଏବଂ ସଭା ହୋଇଥିଲା । ବାଇପାସ ଛକ ଠାରେ ଥିବା କେମ୍ବ୍ରିଡ ନାଗଭୂଷଣଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯିବା ପରେ ଶୋଭାଯାତ୍ରାରେ ସହର ପରିକ୍ରମା କରି ପୁରୁଣା ବସଷ୍ଟାଣ୍ଡ ଠାରେ ପହଁଞ୍ଚିଥିଲା । ସେଠାରେ ଏକ ଜନ ସଂକଳ୍ପ ସାଧାରଣ ସଭା ହୋଇଥିଲା । ରାଜ୍ୟ ସ୍ତରୀୟ ନେତାମାନେ ଯୋଗଦେଇ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ବିଭିନ୍ନ ନିତି ଗୁଡିକୁ ସମାଲୋଚନା କରିବା ସହ ସଂଗଠନର ଶକ୍ତି ବୃଦ୍ଧି କରିବାକୁ ଆହ୍ବାନ ପ୍ରଦାନ କରାଯାଇଥିଲା । ଏହି ଝାଡଖଣ୍ଡର ପଲଟିବ୍ୟୁରୋ ସଦସ୍ୟ ଜନ୍ମର୍ଦ୍ଦନ ପ୍ରସାଦ ଓ ଆନ୍ଧ୍ର ପ୍ରଦେଶର ଏନ-ମୂର୍ତ୍ତି ଏବଂ ରାଜ୍ୟ ସଂପାଦକ ଯୁଧିଷ୍ଠିର ମହାପାତ୍ର, ରାଧାକାନ୍ତ ସେଠୀ, ଶ୍ରମିକ ନେତା ମହେନ୍ଦ୍ର ପରିଡା, କୃଷକ ନେତା ଅଶୋକ ପ୍ରଧାନ ସମେତ ରାଜ୍ୟ ନେତୃବୃନ୍ଦ ସହ ପ୍ରତିନିଧିମାନେ ଯୋଗଦେଇଥିଲେ । ଆଦିବାସୀମାନଙ୍କ ପାରମ୍ପାରିକ ନାଚ ଗୀତ ସହ ଏକ ବିଶାଳ ଶୋଭାଯାତ୍ରା ହୋଇଥିଲା । ଅନ୍ୟ ମାନଙ୍କ ସବିତା ବରାଳ, ମୁରଲି ବେହେରା, ମନ୍ଦାକିନି ସେଠୀ ବୃନ୍ଦାବନ ବିଡିକା, ସିପିଆଇଏମଏଲର ଜିଲ୍ଲା ସଂପାଦକ ତ୍ରିପତି ଗମାଙ୍ଗ ପ୍ରମୁଖ ଉପସ୍ଥିତ ରହିଥିଲେ ।