ବଂଶଧାରା ନଦୀରେ ବୁଡ଼ି ନିଖୋଜ ବାଳକର ତିନି ଦିନ ପରେ ମୃତ ଦେହ ଉଦ୍ଧାର……

ଅନୁସନ୍ଧାନ ଭାରତ(ବ୍ୟୁର): ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକ ଅନ୍ତର୍ଗତ ଭାମିନି ଗ୍ରାମରରେ ଏକ ଅଭାବନିୟ ଘଟଣା ଘଟିଛି l ସେହି ଗ୍ରାମର ରାଧାକୃଷ୍ଣ ବେହେରାଙ୍କ ପୁଅ ପ୍ରବୀଣ ବେହେରା ନାମକ ଜଣେ ନାବାଳକ ଗତ ଶନିବାର ଦିନ ସକାଳୁ ସ୍କୁଲ୍ ଯାଇଥିଲା l ସ୍କୁଲ୍ ଛୁଟି ହେବା ପରେ ସାଙ୍ଗମାନଙ୍କ ସହ ବଂଶଧାରା ନଦୀକୁ ଗାଧେଇବା ପାଇଁ ଯାଇଥିଲେ l ଗାଧେଇବା ସମୟରେ ରାଧାକୃଷ୍ଣ ବେହେରାଙ୍କ ପୁଅ ପ୍ରବୀଣ କୁମାର ବେହେରା ବୟସ ୧୧ ହଟାତ୍ ଭାସିଯାଇଥିବା ଦେଖିବାକୁ ପାଇଥିଲେ l କିନ୍ତୁ ସାଙ୍ଗମାନେ ମଧ୍ୟ ଛୋଟ ବୟସର ହୋଇ ଥିବାରୁ ଉଦ୍ଧାର କରିବା ପାଇଁ ସାହାସ କରି ପରିନଥିଲେ । ଖବର ପାଇବା ପରେ ଉଦ୍ଧାର କରିବା ନିମନ୍ତେ ଗୁମୁଡ଼ା ଓ ଗୁଣପୁର ଦମକଳ ବାହୀନି ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରୀ ରଖିଥିଲେ ସୁଦ୍ଧା କୌଣସି ସୁରାଗ ମିଳିନଥିଲା ।  ପରେ ଗୁଣପୁର ଓଡ୍ରାଫ୍ ଟିମ୍ ଭାମିନି ଆଇଆରବି ବାଟାଲିୟନକୁ ନୀୟଜିତ କରିଯାଇଥିଲା । ପ୍ରଥମ ଦିନ ରାତି ହୋଇଯାଇଥିବାରୁ ଉଦ୍ଧାର କାର୍ଯ୍ୟ ସମ୍ଭବ ହୋଇ ପାରୁନଥିବାରୁ ଅଧାରେ ଅଟକି ଯାଇଥିଲା । ତିନି ଦିନ ପରେ ବାଳକର ନିଖୋଜ ସମ୍ପର୍କରେ ନଇ କୂଳିଆ ଅଞ୍ଚଳର ଥିବା ଲୋକ ଉକ୍ତ ବାଳକର ସନ୍ଧାନ ପାଇଲେ ତାହା ପରେ ପ୍ରଶାସନକୁ ଜଣାଇଥିଲେ । ଘଟଣାର ତୃତୀୟ ଦିନରେ ଭାମିନୀ ସ୍ଥିତ ୨ୟ ଆଇଆରବି ବାଟାଲିୟନ ନିକଟ ବଂଶଧାରା ନଦୀ କୂଳରେ ନିଖୋଜ ପ୍ରବୀଣର ମୃତ ଦେହ ଥିବା ଜଣାପଡିବା ପରେ ଭମିନୀ ଆଇଆରବି ବାଟାଲିୟନ, ଗୁଣପୁର ଓଡ୍ରାଫ ଟିମ୍, ଦମକଳ ବାହିନୀ, ରାମନାଗୁଡ଼ା ତହସିଲଦାର ଏବଂ ଗ୍ରାମବାସୀଙ୍କ ସହାୟତାରେ ଉଦ୍ଧାର କରାଯାଇଥିଲା । ଘଟଣା ସ୍ଥଳରେ ଗୁଣପୁର ଥାନା ଅଧିକାରୀ ନୀଳାମ୍ୱର ଜାନି, ରାମନାଗୁଡ଼ା ପଞ୍ଚାୟତ ଅଧକ୍ଷ ରବି ଶଙ୍କର ଗମାଙ୍ଗ, ତହସିଲଦାର ନିର୍ମଳ ଚନ୍ଦ୍ର ସାହୁ, ଅତିରିକ୍ତ ତହସିଲଦାର ଚନ୍ଦ୍ର ଦାସ ମହାନନ୍ଦିଆ, ଭମୀନି ରାଜସ୍ବ ନୀରିକ୍ଷକ ସଂଯୁକ୍ତା ପେଦେଣ୍ଟି, ଗୁଣପୁର ଥାନା ଅଧିକାରୀ ନିଳାମ୍ବର ଜାନି ପ୍ରମୁଖ ପହଞ୍ଚି ନିଖୋଜ ଥିବା ପ୍ରବୀଣର ମୃତ ଦେହ ଉଦ୍ଧାର କରିବା ପରେ ଶବକୁ ବ୍ୟବଚ୍ଛେଦ ନିମନ୍ତେ ଗୁଣପୁର ପଠାଇ ଦେଇଥିବା ବେଳେ ବ୍ୟବଚ୍ଛେଦ ହୋଇ ସାରିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି ।