ସରକାରଙ୍କ ନିୟମକୁ ପ୍ରଧାନ ଶିକ୍ଷକଙ୍କ ଅଣଦେଖା, ପିଲାମାନଙ୍କୁ ଧରାଇଲେ କୋଡ଼ି କୋଦାଳ “…….

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକ ଅନ୍ତର୍ଗତ ମୁଣ୍ଡିଗଡ଼ ଗ୍ରାମପଞ୍ଚାୟତ ସ୍ଥିତ ସିନ୍ଧିପଙ୍ଖାଳ ପ୍ରାଥମିକ ସ୍କୁଲରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା l ଉକ୍ତ ସ୍କୁଲରେ ସର୍ବମୋଟ ଛାତ୍ରଛାତ୍ରୀଙ୍କ ସଂଖ୍ୟା ୨୬ରୁ ଉର୍ଦ୍ଧ ହୋଇଥିବା ବେଳେ ଦୈନିକ ଉପସ୍ଥିତ ରୁହନ୍ତି ୮-୧୦ ଜଣ ଛାତ୍ରଛାତ୍ରୀ l ଏହିଭଳି ପରିପେକ୍ଷୀରେ ଦୁଇ ଶିକ୍ଷକଙ୍କ ଦ୍ୱାରା ଚାଲିଛି ଉକ୍ତ ସ୍କୁଲଟି l ସ୍କୁଲ ଉପାନ୍ତ ଅଞ୍ଚଳରେ ଅବସ୍ଥାପିତ ହୋଇଥିବାରୁ ଉକ୍ତ ସ୍କୁଲ ଉପରେ ସ୍କୁଲ ପ୍ରଶାସନିକ ଅଧିକାରୀଙ୍କ ଦୃଷ୍ଟି ପଡୁନାହିଁ l ଯାହା ଦ୍ୱାରା ଏହାର ଭରପୁର ଫାଇଦା ଉଠାଇ ଚାଲିଛନ୍ତି ପ୍ରଧାନ ଶିକ୍ଷକ l ଉକ୍ତ ସ୍କୁଲର ଶିକ୍ଷା ବ୍ୟବସ୍ତା ସମ୍ପୂର୍ଣ ଭାବେ ଅବହେଳିତ l ନାଇ ନାଇରେ ଚାଲିଛି ଏଠି ପାଠପଢ଼ା l ଅନ୍ୟ ପଟେ ଗତ ଦିନମାନଙ୍କରେ ଉକ୍ତ ସ୍କୁଲରେ ଅପରାହ୍ନ ୧୨ଟା ସମୟରେ ସ୍କୁଲକୁ ଆସିଥିବା ପିଲାମାନେ କୋଡ଼ି କୋଦାଳ ଧରି ସ୍କୁଲ ପରିସର ଭିତରେ କାମ କରୁଥିବା ମଧ୍ୟ ନଜରକୁ ଆସିଛି l ପାଠପଢ଼ା ସମୟରେ ପିଲାମାନେ କାମ କରୁଥିବା ଦେଖି ପିଲାମାନଙ୍କୁ ପଚାରିବାରୁ ପ୍ରଧାନ ଶିକ୍ଷକ ଶ୍ରୀ ବସନ୍ତ ନାୟକ ତାଙ୍କୁ କାମ କରିବାକୁ କହିଥିବା ପ୍ରତିକ୍ରିୟା ରଖିଛନ୍ତି l ପ୍ରଧାନ ଶିକ୍ଷକଙ୍କୁ ଏହି ବାବଦରେ ପଚାରିବାରୁ ସେ ଏହି ବାବଦରେ କିଛି ଜାଣିନଥିବା କହିଛନ୍ତି l ବ୍ଲକ ଶିକ୍ଷା ଅଧିକାରୀଙ୍କ ଦୃଷ୍ଟିଆକର୍ଷଣ କରି ତାଙ୍କ ପ୍ରତିକ୍ରିୟା ନେବା ନିମନ୍ତେ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଯାଇଥିଲେ ସୁଧା ତାଙ୍କଠୁ ମଧ୍ୟ ଏହି ବାବଦରେ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ l ତେବେ ଏଠି ପ୍ରଶ୍ନ ଉଠୁଛି ସରକାର ସମସ୍ତ ସ୍କୁଲକୁ ଦଣ୍ଡମୁକ୍ତ ଅଞ୍ଚଳ ଘୋଷଣା କରିବା ସତ୍ୱେ କିଭଳି ଭାବେ ଏଠି ପିଲାମାନଙ୍କୁ କୋଡ଼ି କୋଦାଳ ଧରେଇ କାମ କରିବାକୁ କୁହାଯାଉଛି ଆଉ ତାହା ପୁଣି ପାଠ ପଢା ସମୟରେ ? ଆଖିରେ ଆଖିଏ ସ୍ବପ୍ନ ନେଇଁ ଭବିଷ୍ୟତ ଗଡିବାକୁ ଯାଉଥିବା ପିଲାମାନଙ୍କ ହାତରେ ପ୍ରଧାନ ଶିକ୍ଷକ ଶ୍ରୀ ବସନ୍ତ ନାୟକ କୋଡ଼ି କୋଦାଳ ଧରାଉଛନ୍ତି l ତେବେ ଖଡ଼ି କଲମ ଧରାଉଛନ୍ତି କେତେବେଳେ ? ଏହି ସବୁ ବିଷୟ ଦେଖିବା ପରେ ପ୍ରଧାନ ଶିକ୍ଷକଙ୍କ ଦାଇତ୍ୱ ହୀନତା ଏବଂ ସରକାରଙ୍କ ନିୟମକୁ ଅବମାନନା କରୁଥିବା ସ୍ପଷ୍ଟ ବାରିହୋଇ ପଡୁଛି l ପ୍ରଶାସନିକ ନଜର ଯଦି ଉକ୍ତ ସ୍କୁଲ ଉପରେ ପଡନ୍ତା ତେବେ ପିଲାଙ୍କ ଭବିଷ୍ୟତ ଉଜ୍ଜଳ ହେବା ସାଙ୍ଗକୁ ସମସ୍ୟା ମଧ୍ୟରେ ଚାଲିଥିବା ସ୍କୁଲର ସୁଧାର ଆସିବା ସାଙ୍ଗକୁ ପିଲାମାନେ ସ୍କୁଲ ଯାଇ ଯେଉଁ କାମ କରୁଛନ୍ତି ତାହା ମଧ୍ୟ ବନ୍ଦ ହୋଇପାରନ୍ତା ବୋଲି ଅଂଚଳରେ ମତ ପ୍ରକାଶ ପାଇଛି l