ଡାଇମଣ୍ଡ ସ୍ପୋର୍ଟ୍ସ କ୍ଲବ ଉପରଖୋଲ ତରଫରୁ ଏକ ଦିବସୟ ଫୁଟବଲ ପ୍ରତିଯୋଗିତା ଅନୁଷ୍ଠିତ….

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଲକ ଅନ୍ତର୍ଗତ କଟିମାହା ଗ୍ରାମପଞ୍ଚାୟତ  ଲଦାସାହି ସ୍କୁଲ ପଡ଼ିଆ ଠାରେ ଡାଇମଣ୍ଡ ସ୍ପୋର୍ଟ୍ସ କ୍ଲବ ଉପରଖୋଲ ତରଫରୁ ଏକ ଦିବସିୟ ଫୁଟବଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା l ଏଥିରେ ନିଦୂରୀପଡା ଏଫ.ସି ପାଡ଼lଙ୍ଗୀ, ମା ପିତାବଳୀ ଏଫସି ଶଙ୍କରାଖୋଲ, ଟିପିଡି ଏଫସି ଶଙ୍କରାଖୋଲ, ବ୍ରଡିଗୁଡା ଏଫସି ଲାଇନପଡ଼ା, ଵାଣିଶ୍ରୀ ଏଫସି ଗୁଟିଙ୍ଗିଆ, ଚକାଡୋଳା ଏଫସି ଶଙ୍କରାଖୋଲ ଓ  ବ୍ରଦର୍ସ ଏକାଡେମୀ ମାଜlଗଡା ପ୍ରମୁଖ  ଟିମ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ l ଡାଇମଣ୍ଡ ସ୍ପୋର୍ଟ୍ସ କ୍ଲବର ସଭାପତି ଅଶୋକ ଦେହୁରୀ, ଉପ ସଭାପତି ଦିଲ୍ଲୀପ କୁମାର ଦିଗାଳ, ଚୈତନ୍ୟ କହଁର, ଜଗଦିଶ ଦେହୁରୀ, ବାବୁଜ କହଁର, ହୁସେନ ଦିଗାଳ, ସତ୍ୟବାନ କହଁର ଓ ଅନେକ ସଦସ୍ୟ ବହୁତ ସୁନ୍ଦର ଭାବେ ପରିଚାଳନା କରିଥିଲେ l