ଭେଜିପୁଟରେ ଆମ ପୁଲିସ ସମିତି ବୈଠକ ଅନୁଷ୍ଠିତ….

ଅନୁସନ୍ଧାନ ଭାରତ(ବ୍ୟୁର): ଭଞ୍ଜନଗର ସ୍ଥିତ ଭେଜିପୁଟ  ଉଚ୍ଚ ପ୍ରାଥମିକ  ବିଦ୍ୟାଳୟ ଠାରେ ଭଞ୍ଜନଗର ଥାନା  ଆମ ପୁଲିସ ସମିତି ବୈଠକ ଥାନାଧିକାରୀ ଧୀରେଶ କୁମାର ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ଅତିଥି ଭାବେ ନଗରପାଳ ଗୋପବନ୍ଧୁ ମହାପାତ୍ର, ପ୍ରାକ୍ତନ କଲେଜ ଅଧ୍ୟକ୍ଷ କୃତିବାସ ବିଶ୍ୱାଳ, ଡ.ପୂର୍ଣଚନ୍ଦ୍ର ତ୍ରିପାଠୀ, ଶିକ୍ଷକ ନେତା ଜଗବନ୍ଧୁ ଜେନା, ବିଦ୍ୟାଭାରତୀ ନାୟକ, ଯୁବ ସଂଗଠକ ଦିଲ୍ଲୀପ ଦାସ ମଂଚାସୀନ ଥିଲେ । ବିଶେଷ କରି ଗୁଣି ଗାରେଡି, ଅନ୍ଧ ବିଶ୍ୱାସ, ଅନଲାଇନ ଠକେଇ, ଅସାମାଜିକ କାଯ୍ୟକଳାପ, ନାବାଳିକା ବିବାହ, ଘରୋଇ ହିଂସା ଆଦି ରୋକିବା ଉପରେ ଉପସ୍ଥିତ ଜନସାଧାରଣଙ୍କୁ ସଚେତନତା କରାଯାଇଥିଲା ।  କାର୍ଯ୍ୟକ୍ରମକୁ ବରିଷ୍ଠ ସଦସ୍ୟ ଅନୁପମ ବାନାର୍ଜୀ ସଂଯୋଜନା କରିଥିଲେ l ଏଥିରେ ଭେଜିପୁଟ ଗ୍ରାମବାସୀଙ୍କ  ସମେତ ଆମ ପୋଲିସ ସମିତିର ସମସ୍ତ ସଦସ୍ୟ, ସଦସ୍ୟା ଏବଂ ପୁଲିସ କର୍ମଚାରୀ ସହଯୋଗ କରିଥିଲେ ।