କଳିଙ୍ଗିଆ ଠାରେ ସର୍ବଧର୍ମ କମିଟି ତରଫରୁ ପ୍ରାକ୍ ବଡ଼ଦିନ ମହୋତ୍ସବ -୨୦୨୨ ଅନୁଷ୍ଠିତ…

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ବ୍ଲକ ଅନ୍ତର୍ଗତ କଳିଙ୍ଗା ଗ୍ରାମପଞ୍ଚାୟତ ମଧ୍ୟରେ ଥିବା ସର୍ବ ଧର୍ମ କମିଟି, ସ୍ଥାନୀୟ ଯୁବକ ସଂଘ ଓ ମହିଳା ସମିତି ପକ୍ଷରୁ ପ୍ରାକ୍ ବଡ଼ଦିନ ମହୋତ୍ସବ -୨୦୨୨ ଅନୁଷ୍ଠିତ ହୋଇଛି I ଏହି କାର୍ଯ୍ୟକ୍ରମରେ ସମାଜସେବୀ ଆମନ୍ ଚନ୍ଦ୍ର ନାୟକ ପରିଚାଳନା କରି ମୁଖ୍ୟ ଅତିଥି, ତଥା ସମସ୍ତ ଅତିଥି ମାନଙ୍କୁ ମଞ୍ଚକୁ ସ୍ବାଗତ କରିଥିଲେ । ଏହା ସହ ଅତିଥିମାନଙ୍କୁ ପୁଷ୍ପ ଗୁଚ୍ଛ ଓ ଉପଢ଼ୌକନ ଦେଇ ସ୍ବାଗତ କରିଥିଲେ । ମୁଖ୍ୟ ଅତିଥି ଭାବରେ ଶ୍ରୀଯୁକ୍ତ ନଳିନୀ କୁମାର୍ ପାଣିଗ୍ରାହୀ, କଳିଙ୍ଗା ମହାବିଦ୍ୟାଳୟର ଓଡ଼ିଆ ଅଧ୍ୟାପକ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ଶ୍ରୀଯୁକ୍ତ ଆଶିଷ କୁମାର ତ୍ରିପାଠୀ (ଗୋଷ୍ଠୀ ଉନନୟନ ଅଧିକାରୀ, ଶ୍ରୀଯୁକ୍ତ ଅଜୟ କୁମାର ସ୍ବାଇଁ, ଥାନା ଭରପ୍ରାପ୍ତ ଅଧିକାରୀ, ଶ୍ରୀମତୀ ମିନାକ୍ଷୀ କୁମରା , ସ୍ଥାନୀୟ ବନ ଅଧିକାରୀ, ଶ୍ରୀମତୀ କୁମୁଦିନୀ ଦିଗାଲ, ଜିଲ୍ଲା ମିଶନ ଶକ୍ତି ସଂଗଠକ, ସାମ୍ବାଦିକ ସମୀର କୁମାର୍ ପାଢ଼ୀ, ଶ୍ରୀଯୁକ୍ତ ବକ୍ସି ମଲ୍ଲିକ, ସ୍ଥାନୀୟ ସରପଞ୍ଚ, ଶ୍ରୀଯୁକ୍ତ ପିତର ମଲ୍ଲିକ, ଅବସର ପ୍ରାପ୍ତ ସୈନିକ I ପରେ ପରିଚାଳକ ଅତିଥିମାନଙ୍କୁ ନିଜର ଅଭିଭାଷଣ ପ୍ରଦାନ କରିବା ପାଇଁ ଅନୁରୋଧ କରିଥିଲେ I ଏହି କ୍ରମରେ ମଞ୍ଚାସିନ ସମସ୍ତ ଅତିଥି ସମସ୍ତଙ୍କୁ ବଡ଼ ଦିନ ପାଇଁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ ଓ ଭାଇଚାରା ରକ୍ଷା କରି ଭାଇଚାରା ସୃଷ୍ଟି କରି ଶାନ୍ତି ଶୃଙ୍ଖଳା ସହିତ ବଞ୍ଚିବା ବିଷୟରେ ମତ ପ୍ରକାଶ କରିଥିଲେ I ପ୍ରଚାରକ ରେଭ ଡ଼ ରାଜକିଶୋର ଦିଗାଲ ଓ ଖ୍ରୀଷ୍ଟୟ ଭକ୍ତି ମୁଳକ ସଙ୍ଗୀତ ଗାୟକ ଅମିତ୍ ପାଣି ବାଇବଲରୁ ବାକ୍ୟ ଓ ସଙ୍ଗୀତ ପରିବେଷଣ କରିବା ସହ ପ୍ରଭୁଙ୍କ ଅନୁଗାମୀ ଓ ହେବା ପାଇଁ ପରାମର୍ଶ ଦେବା ସହ ବଡ଼ ଦିନର ମହତ୍ତ୍ୱ ସମ୍ପର୍କରେ ଉପସ୍ଥିତ ଅତିଥି ଓ ଭକ୍ତଙ୍କୁ ଅଭିଭାଷଣ ଦେଇଥିଲେ I କିଛି ଯୁବା ଯୁବତୀ ଖ୍ରୀଷ୍ଟୀୟ ସଙ୍ଗୀତ ପରିବେଷଣ କରିଥିବା ବେଳେ ସମସ୍ତ ଉପସ୍ଥିତ ଜନସାଧାରଣ ଉତ୍ସାହର ସହ ପ୍ରାକ୍ ବଡ଼ ଦିନ ମହୋତ୍ସବକୁ ଉତ୍ସାହର ସହିତ ଉପୋଭୋଗ କରିଥିଲେ I ଏହି ପ୍ରାକ୍ ବଡ଼ଦିନ ମହୋତ୍ସବ କାର୍ଯ୍ୟକ୍ରମ ଆୟୋଜନରେ ନୂତନ ମଲ୍ଲିକ, ଧରଣୀ ଧର ପ୍ରଧାନ, ସଞ୍ଜୀବ ଦିଗାଲ, ଫିଲିମନ ପ୍ରଧାନ, ଲକ୍ଷ୍ମୀକାନ୍ତ ପ୍ରଧାନ ସହଯୋଗ କରିଥିଲେ ଓ ମାର୍କେଶ ମଲ୍ଲିକ ଧନ୍ୟବାଦ୍ ଅର୍ପଣ କରିଥିଲେ I