ଗୁଣପୁରରେ ବିଶ୍ୱ ଏଡ଼ସ ଦିବସ ପାଳିତ….

ଅନୁସନ୍ଧାନ ଭାରତ(ବ୍ୟୁର): ଆଜି ସାରା ବିଶ୍ୱ ଏଡ୍ସ ଦିବସ ପାଳନ କରୁଥିବା ବେଳେ ଗୁଣୁପୁର ଚିକିଛାଳୟର ପରିସରରରେ ଏଡ୍ସ ଦିବସ ପାଳନ କୋରରଯାଇଛି ।  ଏହି ଅବସରରେ HIV AIDS ସମ୍ୱନ୍ଧରେ  ସଚେତନତା ବାର୍ତା କାଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମ ଗୁଣପୁର ସ୍ୱାସ୍ଥ୍ୟ ବିଭାଗ ଏବଂ ସାନ୍ତିନିକେତନ ମହାବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ପାଳନ କରାଯାଇଛି । ମେଡିକାଲ ଠାରୁ ସଚେତନତାର ବାର୍ତାନେଇ ଛାତ୍ରଛାତ୍ରୀ କାର୍ଯ୍ୟରତ କର୍ମଚାରୀ ଏକ ସଭାଯାତ୍ରା ବାହାରି ସହର ପରିକ୍ରମା କରି ସଚେତନର ବାର୍ତା ବାଣ୍ଟିଥିଲେ । ଏହି ସଭାଯାତ୍ରାକୁ ମେଡିକାଲର ଡାକ୍ତର ସୁଜାତା ଗମାଙ୍ଗ ଉଦ୍ଧଘାଟନ କରିଥିଲେ । ପରେ ସଭାଗୃହରେ ଏକ ସଚେତନତା ଉପରେ ସଭା ଆୟୋଜନ କାର୍ଯ୍ୟକ୍ରମ ହୋଇଥିଲା ।