ମାନସିକ ବିକାରଗ୍ରସ୍ତ ପୁଅର ଆକ୍ରମଣରେ ମାଆ ଗୁରୁତର…..

ଅନୁସନ୍ଧାନ ଭାରତ(ବ୍ୟୁର): ଭଞ୍ଜନଗର ବିଜୁ ପଟ୍ଟନାୟକ ଶିଶୁ ଉଦ୍ୟାନ ରାସ୍ତାରେ ରହୁଥିବା ଜଣେ ବୃଦ୍ଧାଙ୍କୁ ତାଙ୍କ ଜନ୍ମିତ ମାନସିକ ବିକାରଗ୍ରସ୍ତ ପୁଅ ଆକ୍ରମଣ କରିବାରେ ସେ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି । ଆଜି ସକାଳେ ବାସନ୍ତୀ ବେହେରା ଘର ନିକଟରେ ଥିବା ଜଳ ଯୋଗାଣ ପାଇପରୁ ପାଣି ନେଇ ଘରକୁ ଫେରୁଥିବା ବେଳେ ତାଙ୍କ ମାନସିକ ବିକାରଗ୍ରସ୍ତ ପୁଅ ପ୍ରଦୀପ ବେହେରା ହାଠାତ୍ ଆସି ତାଙ୍କୁ ଆକ୍ରମଣ କରିଥିଲା । ଫଳରେ ସେ ତଳେ ପଡିଯିବା ସହ ବାସନ୍ତୀଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । ଖବର ପାଇ ବିପଦର ବନ୍ଧୁ ସ୍ୱେଚ୍ଛାସେବୀ ସଙ୍ଗଠନ ଭଞ୍ଜନଗର ଶାଖାର କିଛି ସଦସ୍ୟ ଆହତ ଅବସ୍ଥାରେ ଉକ୍ତ ବୃଦ୍ଧାଙ୍କୁ ଉଦ୍ଧାର କରି ମେଡ଼ିକାଲରେ ଭର୍ତ୍ତି କରିଥିଲେ । ସେଠାରେ ଚିକିତ୍ସା ପରେ ପୁଣି ବୃଦ୍ଧାଙ୍କୁ ନେଇ କିଛି ଖାଦ୍ୟ ସାମଗ୍ରୀ ଦେଇ ନିଜ ଘରେ ଛାଡିଥିବା ଜଣାପଡିଛି ।