ସରକାରୀ ଜାଗାରେ ଥିବା ବିଦ୍ୟୁତ କାର୍ଯ୍ୟାଳୟକୁ ସିଲ୍ କଲେ ତହସିଲଦାର…….

ଅନୁସନ୍ଧାନ ଭାରତ(ବ୍ୟୁର): ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଠାରେ ଥିବା ଟିପିଏସଓଡିଏଲ ବିଦ୍ୟୁତ କାର୍ଯ୍ୟାଳୟକୁ ଆଜି ତହସିଲଦାର ଓ ତାଙ୍କ ଟିମ ପଂହଁଚି ବିଭାଗ କାର୍ଯ୍ୟାଳୟକୁ ତାଲା ପକାଇ ସିଲ୍ କରିଛନ୍ତି । ଏହି କାର୍ଯ୍ୟାଳୟଟି ସରକାରୀ ଜାଗା ପୋଖରୀ ହିଡରେ ରହିଥିବା କାରଣରୁ ଦୁଇ ମାସ ପୂର୍ବେ କାର୍ଯ୍ୟାଳୟକୁ ଏଠାରୁ ଅନ୍ୟତ୍ର ସ୍ଥାନାନ୍ତର କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ହେଲେ ବିଭାଗୀୟ କର୍ମଚାରୀ ନିୟମକୁ ନମାନି ବେଆଇନ ଭାବେ ସରକାରୀ ଜାଗା ଛାଡି ନଥିଲେ । ଶେଷରେ ବାଧ୍ୟ ହୋଇ ତହସିଲଦାର ପହଞ୍ଚି ବିଦ୍ୟୁତ ବିଭାଗ କାର୍ଯ୍ୟାଳୟକୁ ସିଲ୍ କରାଯାଇଥିବା ତହସିଲଦାର ମନୋଜ ତ୍ରିପାଠୀ  ପ୍ରକାଶ କରିଛନ୍ତି ।