ଘରବାରି ପଟ୍ଟା କରାଇଦେବା ପାଇଁ ୬ ହଜାର ଟଙ୍କା ଲାଞ୍ଚ ନେଉଥିଲେ ବରିଷ୍ଠ ରାଜସ୍ବ ସହାୟକ, ମାଡି ବସିଲା ଭିଜିଲାନ୍ସ ଟିମ…..
ଅନୁସନ୍ଧାନ ଭାରତ(ବ୍ୟୁର): ସରକାରୀ ଦରମା ସାଙ୍ଗକୁ ଅନ୍ୟ କିଛି ହାତଖର୍ଚ୍ଚ ପାଇଁ ଚେଷ୍ଟା ଚାଲିଥିବା ବେଳେ ହାତରେ ଖର୍ଚ୍ଚ ଦେବା ପାଇଁ ବରିଷ୍ଠ ରାଜସ୍ୱ ସହାୟକଙ୍କ ନିକଟରେ ପହଁଚିଲା ଭିଜିଲାନ୍ସ ଟିମ । ଗଞ୍ଜାମ ଜିଲ୍ଲା କୋଦଳା ତହସିଲରେ କାର୍ଯ୍ୟରତ ବରିଷ୍ଠ ରାଜସ୍ୱ ସହାୟକ ସଞ୍ଜୟ କୁମାର ସେଠୀ ଘରବାରି ପଟ୍ଟା କରାଇ ଦେବା ପାଇଁ ୬ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ବ୍ରହ୍ମପୁର ଭିଜିଲାନ୍ସ ବିଭାଗ ଟିମ୍ ତାଙ୍କୁ କାବୁ କାବୁକରି ନେଇଥିଲା । ସୂଚନାପ୍ରକାରେ ଗଞ୍ଜାମ ଜିଲ୍ଲା କୋଦଳା ତହସିଲରେ କାର୍ଯ୍ୟରତ ବରିଷ୍ଠ ରାଜସ୍ବ ସହାୟକ ସଞ୍ଜୟ କୁମାର ସେଠୀ ନିଜ ନିଜ କାର୍ଯ୍ୟାଳୟରେ ବି.ନୂଆଗାଁର ଦଣ୍ଡପାଣି ସାହୁ ନାମକ ଜଣେ ବ୍ୟକ୍ତିଙ୍କ ଠାରୁ ଘରବାରି ପଟା କରାଇଦେବା ନାମରେ ୬ ହଜାର ଟଙ୍କା ଦେବାକୁ କହିଥିଲେ । ଏହା ପରେ ହିତାଧିକାରୀଜଣକ ବ୍ରହ୍ମପୁର ଭିଜିଲାନ୍ସ ବିଭାଗର ଦ୍ବାରସ୍ଥ ହୋଇଥିଲେ । ଯୋଜନା ମୁତାବକ ଆଜି ଉକ୍ତ ହିତାଧିକାରୀଜଣକ ୬ହଜାର ଟଙ୍କା ନେଇ ବରିଷ୍ଠ ରାଜସ୍ବ ସହାୟକ ସଞ୍ଜୟ କୁମାର ସେଠୀତାଙ୍କ କାଯ୍ୟାଳୟରେ ଦେଇଥିଲେ । ଠିକ୍ ସେହି ସମୟରେ ସେଠାରେ ପୂର୍ବରୁ ଛପି ରହିଥିବା ଭିଜିଲାନ୍ସ ଟିମ ବରିଷ୍ଠ ରାଜସ୍ବ ସହାୟକ ସଞ୍ଜୟ କାବୁ କରି ତାଙ୍କ ନିକଟରୁ ଉକ୍ତ ଲାଞ୍ଚ ନେଉଥିବା ଟଙ୍କା ଜବତ କରିଥିଲା । ଭିଜିଲାନ୍ସ ଟିମ ବରିଷ୍ଠ ରାଜସ୍ବ ସହାୟକଙ୍କ କାର୍ଯ୍ୟାଳୟ ସମେତ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଅଧିକ ପଚାର ଉଚରା ଜାରି ରଖିଥିବା ଏହି ଘଟଣାରେ ଅନ୍ୟ କେହି ସମ୍ପୃକ୍ତ ଅଛନ୍ତି କି ନାହିଁ ତାହା ଖୋଳତାଡ କରୁଛି ଭିଜିଲାନ୍ସ ଟିମ ।