ବାଲିଗୁଡା ଏନଏସିରେ କଂଗ୍ରେସ କାଉନସିଲରଙ୍କୁ ଅଣଦେଖା ପ୍ରତିବାଦରେ ଧାରଣା……

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦରେ କଂଗ୍ରେସ କାଉନସିଲରଙ୍କୁ ଅଣଦେଖା କରାଯାଉଛି l ଏହି ଅନିୟମିତତାକୁ ଦୃଢ଼ ନିନ୍ଧା କରିବା ସହିତ ଅଭିଯୋଗକୁ ଦୃଷ୍ଟି ଦେଉନ ଥିବା ଦେଖିବାକୁ ମିଳିଛି ଏବଂ ଏହି ପ୍ରତିବାଦରେ ଅଭିଯୋଗ ମଧ୍ୟ କରାଯାଇଛି । ଆଜି ପ୍ରତିବାଦ ଧାରଣାରେ ବସିଛନ୍ତି ଦୁଇ କଂଗ୍ରେସ କାଉନସିଲର । ବାଲିଗୁଡା ୧ ନଂ ଓ୍ଵ।ର୍ଡ କାଉନସିଲର ଅଜୟ କୁମାର ଦିଗାଲ ଓ ୧୩ ନଂ କାଉନସିଲର ଆଲୋକ କୁମାର ନାୟକଙ୍କ ଅଭିଯୋଗ ଅନୁସାରେ ସେମାନଙ୍କୁ କାଉନସିଲ ବୈଠକକୁ ଉଦ୍ଦେଶ୍ୟ ମୂଳକ ଭାବେ ଡକାଯାଉ ନାହିଁ । ନିୟମ ଅନୁସାରେ କାଉନସିଲରମାନଙ୍କୁ ସାତ ଦିନ ପୂର୍ବରୁ ଏନେଇ ସୂଚନା ଦିଆଯିବା କଥା । ତେବେ ଗତ ୧୮ ତାରିଖ ଦିନ ବୈଠକ ଥିବା ବେଳେ ସେହି ଦିନ ସକାଳ ୯ ଟା ବେଳେ ସେମାନଙ୍କୁ ଚିଠି ମିଳିଥିଲା ଏବଂ ସମୟ ପୂର୍ବରୁ ୮.୪୫ରେ ବୈଠକ ଆରମ୍ଭ ହୋଇ ଯାଇଥିଲା ବୋଲି ଉଭୟ ଅଭିଯୋଗ କରିଛନ୍ତି ।