ଅନୁସନ୍ଧାନ ଭାରତ(ବ୍ୟୁର): ଭଞ୍ଜନଗର ଥାନା ଅନ୍ତର୍ଗତ ଗାମୁଣ୍ଡି ଗ୍ରାମ ନିକଟରେ ଥିବା ଏକ ଧାନ ଜମିରୁ ପୁଲିସ ଆଜି ଅପରାହ୍ନରେ ଜଣେ ବୃଦ୍ଧଙ୍କର ମୃତଦେହ ଉଦ୍ଧାର କରିଛି । ଉକ୍ତ ବୃଦ୍ଧଙ୍କ ଘର ଯୋଗୀମାରୀ ଗ୍ରାମରେ ଏବଂ ନାମ ଅରକ୍ଷିତ ପ୍ରଧାନ (୫୦) ବୋଲି ଜଣାପଡ଼ିଛି । ଅରକ୍ଷିତ ଜଣେ ମାନସିକ ବିକୃତ ହୋଇଥିବାରୁ ଗତ କିଛି ଦିନ ହେଲା ସେ ଭଞ୍ଜନଗର ସହରର ବସ ଷ୍ଟାଣ୍ଡ, ମେନ ରୋଡ଼ ଓ ମେଡ଼ିକାଲ ଆଦି ସ୍ଥାନରେ ବୁଲୁଥିବା ଜଣାପଡିଛି । ସେ ଆଜି ଉକ୍ତ ଧାନ ଜମିରେ ପଡ଼ିଥିବା ଦେଖି ସ୍ଥାନୀୟ ଲୋକମାନେ ପୁଲିସକୁ ଖବର ଦେଇଥିଲେ । ଖବର ପାଇ ପୁଲିସ ସେଠାରୁ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଭଞ୍ଜନଗର ମେଡ଼ିକାଲକୁ ପଠେଇଥିବା ଜଣାପଡ଼ିଛି।ଏସଂକ୍ରାନ୍ତରେ ଭଞ୍ଜନଗର ଥାନା କେସ ନଂ ୩୬/୨୨ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବା ଥାନା ଅଧିକାରୀ ଧିରେସ କୁମାର ଦାସ କହିଛନ୍ତି ।