କାଶୀନଗର ଠାରେ ଏସ୍‌ୟୁଜେର ବୈଠକ ଓ କର୍ମକର୍ତ୍ତା ଚୟନ….

ଅନୁସନ୍ଧାନ ଭାରତ(ବ୍ୟୁର): ଗଜପତି ଜିଲ୍ଲା କାଶୀନଗର ବ୍ଲକ ସଦରମହକୁମା ଠାରେ ରାଜ୍ୟ ସାମ୍ବାଦିକ ୟୁନିଅନ ଓଡିଶା (ଏସ୍‌ୟୁଜେ) ଗଜପତି ଜିଲ୍ଲା ଶାଖାର ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହା ସହ ଏସ୍‌ୟୁଜେ କାଶୀନଗର ବ୍ଲକ ଶାଖାର କର୍ମକର୍ତ୍ତା ଚୟନ କାର୍ଯ୍ୟକ୍ରମ ମଧ୍ୟ ହୋଇଯାଇଛି । ଏସ୍‌ୟୁଜେ ଗଜପତି ଜିଲ୍ଲା ଶାଖାର ସଭାପତି ଗରୁଡଧ୍ୱଜ ଚୌଧୁରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲ୍ଲା ସାଧାରଣ ସମ୍ପାଦକ ତାରିଣୀ ପ୍ରସାଦ ପଣ୍ଡା ବିବରଣୀ ପଠନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାର ବରିଷ୍ଠ ସାମ୍ବାଦିକ ଗଣେଶ ରାଜୁ, କୃଷ୍ଣ କୁମାର ବେହେରା, ରଶ୍ମିରଂଜନ ମିଶ୍ର, ଶିଶିର କୁମାର ଗୌଡ, ଶିବାଜୀ ପଟ୍ଟନାୟକ  ପ୍ରମୁଖ ଉପସ୍ଥିତ ଥିଲେ । ବୈଠକରେ ମୁଖ୍ୟତଃ ଜିଲ୍ଲାରେ ଆଗାମୀ ଦିନରେ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମ ସହ ସଂଘର ଆଭିମୁଖ୍ୟ ସମ୍ପର୍କେ ଆଲୋଚନା ହୋଇଥିଲା । ଏହାପରେ କାଶୀନଗର ବ୍ଲକ ଶାଖା ନିମନ୍ତେ କର୍ମକର୍ତ୍ତା ନିର୍ବାଚନ ହୋଇଥିଲା । ଏହି ନିର୍ବାଚନରେ ଏସ୍‌ୟୁଜେ କାଶୀନଗର ବ୍ଲକ ଶାଖାର ଉପଦେଷ୍ଠା ଭାବେ ଟୁଟୁ ଚୌଧୁରୀ, ସଭାପତି ଭାବେ ରାଜେଶ ମିଶାଲ, ଉପସଭାପତି ଭାବେ ରାଜେଶ ପଟ୍ଟନାୟକ, ସାଧାରଣ ସମ୍ପାଦକ ଭାବେ ସିମାଞ୍ଚଳ ମହାରଣା, ସହ ସମ୍ପାଦକ ଭାବେ ପ୍ରଣତି ସାବତ, କୋଷାଧ୍ୟକ୍ଷ ଭାବେ ଆନନ୍ଦ ଚନ୍ଦ୍ର ପାତ୍ର ପ୍ରମୁଖ ଚୟନ ହୋଇଥିବାର ଜଣାପଡିଛି । ନବ ନିର୍ବାଚିତ କର୍ମକର୍ତ୍ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଯାଇଥିଲା ।