ପ୍ରଦେଶ କଂଗ୍ରେସ ପକ୍ଷରୁ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଜନ୍ମ ଜୟନ୍ତୀ ପାଳିତ……

ଅନୁସନ୍ଧାନ ଭାରତ(ବ୍ୟୁର): ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଆଜି ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତ ରତ୍ନ ସ୍ୱର୍ଗତା ଇନ୍ଦିରା ଗାନ୍ଧୀଙ୍କର ୧୦୫ତମ ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି । ଏହି ଅବସରରେ ସକାଳେ କଂଗ୍ରେସ ନେତୃବୃନ୍ଦ କଂଗ୍ରେସ ଭବନ ପରିସରରେ ଥିବା ଇନ୍ଦିରାଜୀଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିଥିଲେ । ପରେ ଇନ୍ଦିରା ଗାନ୍ଧୀ ପାର୍କରେ ପ୍ରଦେଶ କଂଗ୍ରେସ କମିଟି ଓ ରାଜ୍ୟସ୍ତରୀୟ ଇନ୍ଦିରା ଗାନ୍ଧୀ ସ୍ମୃତି ସମିତି ପକ୍ଷରୁ ଇନ୍ଦିରାଜୀଙ୍କ ପ୍ରତିମୂର୍ତିରେ ଶ୍ରଦ୍ଧାସୁମନ ଅର୍ପଣ କରାଯାଇଥିଲା । ସେଠାରେ ସମିତି ପକ୍ଷରୁ ସର୍ବଧର୍ମ ପ୍ରାର୍ଥନା ସଭା, ପାଲା ଓ ପାରମ୍ପରିକ ନୃତ୍ୟ ପରିବେଷଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ପୂର୍ବତନ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ସମସ୍ତଙ୍କୁ ସମ୍ବିଧାନ ପ୍ରତି ଅନୁଗତ ଓ ବିଶ୍ୱସ୍ତ ରହିବାପାଇଁ ଶପଥ ପାଠ କରାଇଥିଲେ । ଏହି କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ତଥା ସମିତିର ଅଧ୍ୟକ୍ଷ ଶ୍ରୀ ସୁରେଶ କୁମାର ରାଉତରାୟ ସଭାପତିତ୍ୱ କରିବା ସହିତ ସଂପାଦକ ଶ୍ରୀ ଅମିୟ ପଟ୍ଟନାୟକ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମରେ ଶ୍ରୀ ନିରଞ୍ଜନ ପଟ୍ଟନାୟକ, ଶ୍ରୀ ଜୟଦେବ ଜେନା ଓ ଶ୍ରୀ ପ୍ରସାଦ ହରିଚନ୍ଦନ ଇନ୍ଦିରାଜୀଙ୍କ ତ୍ୟାଗ, ବଳିଦାନ, ଦେଶଭକ୍ତି, ରାଷ୍ଟ୍ର ବିକାଶରେ ଭୂମିକା ଏବଂ ସଫଳ ପ୍ରଧାନମନ୍ତ୍ରୀତ୍ୱ ସଂପର୍କରେ ଆଲୋକପାତ କରିଥିବା ବେଳେ ଶ୍ରୀ ଶିବାନନ୍ଦ ରାୟ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମରେ କଂଗ୍ରେସ ନେତୃବୃନ୍ଦ ସର୍ବଶ୍ରୀ ଯୁଧିଷ୍ଠୀର ଜେନା, ଡ.ଲଲାଟେନ୍ଦୁ ମହାପାତ୍ର, ମନୋରଞ୍ଜନ ଦାଶ, ଜ୍ୟୋତିଷ ସାହୁ, ବିରେନ ମୋହନ ପଟ୍ଟନାୟକ, ରଜନୀ ମହାନ୍ତି, ସୁଶାନ୍ତ ତ୍ରିପାଠୀ, ରସିକ ପଟ୍ଟନାୟକ, ତ୍ରିଲୋଚନ ମହାନ୍ତି, ଲିଙ୍ଗରାଜ ସାହୁ, ପ୍ରକାଶ ମିଶ୍ର, କନକଲତା ମଲ୍ଲିକ, ସ୍ୱାଧୀନବାଳା ଦାସ, ସଂଜୟ ମିଶ୍ର, ତରୁଣ ମିଶ୍ର, ପୃଥିବୀବଲ୍ଲଭ ପଟ୍ଟନାୟକ, ଜାନକୀ ମଲ୍ଲିକ, ମନୋରଞ୍ଜନ ରାଉତରାୟ, ସୁଭାଷ ପ୍ରଧାନ, ଦେବାଶିଷ ମହାପାତ୍ର, ମିହିର ଆଚାର୍ଯ୍ୟ, କୈଳାସ ସାହୁ, ସାଗର ପରିଡ଼ା, ଜୟନ୍ତ ଭୋଇ, ପ୍ରତିଶ ପଟ୍ଟନାୟକ, ଜିତେନ୍ଦ୍ର ପଣ୍ଡା, ନଳିନୀ କାନ୍ତ ନାୟକ, ଅନୀଲ ମହାନ୍ତି ପ୍ରମୁଖ ବହୁ କଂଗ୍ରେସ କର୍ମୀ ଅଂଶଗ୍ରହଣ କରିଥିଲେ।