ଅନୁସନ୍ଧାନ ଭାରତ(ବ୍ୟୁର): ଗଞ୍ଜାମ ଜିଲ୍ଲା ହିଂଜିଳି ଥାନାକୁ ମିଳିଛି ଏକ ବଡ ସଫଳତା। ଗତ ୩୦/୦୯/୨୦୨୨ରେ ପୋଚିଲିମା ପଞ୍ଚାୟତ କାର୍ୟଳୟର ନିର୍ବାହୀ ଅଧିକାରୀ ସାରଣୀ ଗମାଙ୍ଗ ପଂଚାୟତ କାର୍ୟଳୟରେ ଚୋରି ହୋଇଥିବା ନେଇ ଏକ ଲିଖିତ ଅଭିଯୋଗ କରିଥିଲେ । ଏହି ମାମଲାର ତଦନ୍ତ କରୁ କରୁ ଗତ କାଲି ହିଂଜିଳି ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସଙ୍କ ନେତୃତ୍ୟରେ ଏକ ଟିମ ମାଷ୍ଟର ମାଇଣ୍ଡ ଙ୍କୁ ଏକ ଲାପଟପ ବିକ୍ରି କରୁଥିବା ସମୟରେ ଗିରଫ କରିବା ସହ ଚୋରି ସାମଗ୍ରୀକୁ ରଖିଥିବା ଦୁଇ ଅଭିଯୁକ୍ତକୁ ଗିରଫ କରିଥିଲା l ପୁଲିସ ଗିରଫ ଲୁଟେରାଙ୍କ ଠାରୁ ପାଞ୍ଚ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ଇଲେକ୍ଟ୍ରି ସାମଗ୍ରୀ ଜବତ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ଜରଡ଼ ଥାନା ଅନ୍ତର୍ଗତ ପାଟପୁର ଗ୍ରାମର ଚନ୍ଦ୍ର ଶେଖର ବାଡ଼ତ୍ୟା, ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ବାଘମୁଣ୍ଡା ଗ୍ରାମର ବ୍ରହ୍ମଚାରୀ ପ୍ରଧାନ, ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ସୁମନ୍ତପୁର ଗ୍ରାମର ଶ୍ରୀକାନ୍ତ ସାବତ । ସେମାନଙ୍କ ଠାରୁ ପାଞ୍ଚଟି ଲାପଟପ, ଦୁଇଟି ସିପିୟୁ, ଦୁଇଟି ମନିଟର, ଗୋଟିଏ ସ୍କାନର ପ୍ରିଣ୍ଟର, ଗୋଟିଏ ଏସି ସହ କଂପ୍ରେସର, ଗୋଟିଏ ଚାଳିଶ ଇଞ୍ଚ ସୋନି ଏଲଇଡି ଟିଭି, ଗୋଟିଏ ପାନାସୋନିକ ଟିଭି, ଗୋଟିଏ ଏଲଜିଟିଭି, ଛଅ ଟି ଆହୁଜା ଏମ୍ପ୍ଲଇଫାଇର, ପାଞ୍ଚଟି ପାଣି ମୋଟର, ଗୋଟିଏ ମୋବାଇଲ, ଗୋଟିଏ ବଜାଜ ଡିସ୍କୋବରୀ ମୋଟର ସାଇକେଲ, ଗୋଟିଏ ୱେବ କ୍ୟାମେରା ଓ ଦୁଇଟି ହାର୍ଡ ଡିସ୍କ ସହ ଲୁହା କାଟିବା ଯନ୍ତ୍ର ଜବତ ହୋଇଛି । ଏହି ବଡ ସଫଳତା ମିଳିବା ପରେ ହିଂଜିଳି ପୁଲିସ ପକ୍ଷରୁ ଏକ ସାମ୍ବାଦିକ ସମିଳନୀର ଆୟୋଜନ କରାଯାଇ ଥିଲା l