ଅଷ୍ଟମ ଦିନରେ ଭାରତ ଯୋଡ଼ ଯାତ୍ରା, ଓଡ଼ିଶା ମହାମାରୀର ରୂପ ନେଇଥିବା ମହାମାରୀ ଭଳି ଉତ୍କଟ ହୋଇଥିବା ଓଡ଼ିଶାର ଦାରିଦ୍ର, ବେକାରୀ, ଦୁର୍ନୀତି ଓ ଭ୍ରଷ୍ଟାଚାରର ମୁକ୍ତିପାଇଁ ପରିବର୍ତନର ସ୍ୱପ୍ନ ଦେଖନ୍ତୁ ଓ ଭାରତ ଯୋଡ଼ ଯାତ୍ରା – ଓଡ଼ିଶା ରେ ଯୋଗଦିଅନ୍ତୁ –ଶରତ ପଟ୍ଟନାୟକ
ଅନୁସନ୍ଧାନ ଭାରତ(ବ୍ୟୁର): ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ ଆଜି ଭାରତ ଯୋଡ଼ ଯାତ୍ରା- ଓଡ଼ିଶା
ଅଷ୍ଟମ ଦିନର ସୋର ନିର୍ବାଚନ ମଣ୍ଡଳୀର ସିରା ପଡ଼ିଆଠାରୁ ସକାଳ ୯ ଘଂଟା ସମୟରେ ଆରମ୍ଭ ହୋଇଥିଲା । ହଜାର ହଜାର କଂଗ୍ରେସ
କର୍ମୀ ଯୁବକ, ଛାତ୍ର, ମହିଳା, କୃଷକ, ଶ୍ରମିକ, ବୁଦ୍ଧିଜୀବି ଓ ବିଭିନ୍ନ ବର୍ଗର ବ୍ୟକ୍ତି ଏହି ଯାତ୍ରାରେ ଅଂଶଗ୍ରହଣ କରିଥିଲେ । ସୋର
ମୁନିସ୍ପାଲଟି ପରିକ୍ରମା କରି ଏହି ଯାତ୍ରା ମଧ୍ୟାହ୍ନରେ ଦହିଷଡ଼ା ପାଖରେ ପଂହଚିଥିଲା । ମଧ୍ୟାହ୍ନ ପରେ ଅଷ୍ଟମ ଦିନର ପଦଯାତ୍ରା ବାହାନଗା
ଠାରେ ଶେଷ ହୋଇଥିଲା ।

ଏହି କାର୍ଯ୍ୟକ୍ରମରେ ଗଣମାଧ୍ୟମକୁ ସମ୍ବୋଦ୍ଧିତ କରି ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଶରତ ପଟ୍ଟନାୟକ କହିଥିଲେ ଯେ ମୋଦି ଓ
ନବୀନ ଶାସନରେ ଦେଶ ଓ ରାଜ୍ୟର ଜନସାଧାରଣ ଏକ ସଂକଟମୟ ପରିସ୍ଥିତି ଦେଇ ଗତି କରୁଛନ୍ତି । ରାହୁଲ ଗାନ୍ଧୀଙ୍କର ଭାରତ ଯୋଡ଼
ଯାତ୍ରା ନିଜ ଭିତରେ ଭାଙ୍ଗିତୁଟି ଯାଉଥିବା ଭାରତବର୍ଷକୁ ଯୋଡ଼ିବା ପାଇଁ ଅଭିପ୍ରେତ । ଭାରତ ଯୋଡ଼ ଯାତ୍ରା ଆଜିର ଭୟଙ୍କର ପରିସ୍ଥିତିର
ଏକ ଆହ୍ୱାନ । ମୋଦିଙ୍କ ହିଟଲରୀ ଶାସନର ତ୍ରାହି ତ୍ରାହି ଡାକୁଥିବା ଦେଶର ଜନସାଧାରଣଙ୍କୁ ଉଦ୍ଧାର କରିବା ପାଇଁ ଏକ ଅତୁଳନୀୟ ଜନ
ଆନ୍ଦୋଳନ ଗଣତନ୍ତ୍ର ଓ ସମ୍ବିଧାନକୁ ଅକାମୀ କରିବାକୁ ଷଡ଼ଯନ୍ତ୍ର କରୁଥିବା ଗୈରିକ ଶକ୍ତି ବିରୁଦ୍ଧରେ ଏହା ସାଧାରଣ ଜନତାର ସମବେତ
ସ୍ୱର । ମୋଦି କୃତ ଆକାଶ ଛୁଆଁ ମହଙ୍ଗା, ଉତ୍କଟ, ଦାରିଦ୍ର୍ୟ, ବେକାରୀ, କ୍ଷୁଧା, କୃଷକ ମାରଣ ନୀତି ପ୍ରପୀଡ଼ିତ ଭାରତୀୟଙ୍କର ଏକ
ଆନ୍ଦୋଳନ ମୁକ୍ତିର ମଶାଲ । ସାମ୍ବିଧାନିକ ଅନୁଷ୍ଠାନକୁ ଦୁର୍ବଳ, ପକ୍ଷପାତୀ ଓ ହାତ ବାରିସ କରୁଥିବା ମୋଦିତନ୍ତ୍ର ବିରୁଦ୍ଧରେ ଏହା ଏକ
ଜନଜାଗରଣ । ଦେଶର ଭାତୃତ୍ୱ, ଧର୍ମ ନିରପେକ୍ଷତାକୁ ଆଘାତ କରୁଥିବା ବିଭେଦକାରୀ ଶକ୍ତି ବିରୁଦ୍ଧରେ ଏହା ଏକ ଅଭୂତପୂର୍ବ କ୍ରାନ୍ତି ।
୨୨ବର୍ଷ ଧରି ଓଡ଼ିଶାକୁ ଲୁଣ୍ଠନ କରୁଥିବା ନବୀନ ସରକାରର ପତନ ହିଁ ଭାରତ ଯୋଡ଼ ଯାତ୍ରା – ଓଡ଼ିଶାର ଲକ୍ଷ୍ୟ । ଏଠାରେ ଖାଇ ପିଇ
କେବଳ ଜୀବନ ବଂଚାଇବାକୁ ହିଁ ବିକାଶ କୁହାଯାଉଛି । ନବୀନ ସରକାରରେ ବିକାଶ ଏକ ପ୍ରତାରଣା ପୂର୍ଣ୍ଣ ଶବ୍ଦ । ୨୨ ବର୍ଷ ଭିତରେ
ଚାଷୀର ସର୍ବନାଶ ହୋଇଛି, ଯୁବକମାନଙ୍କର ସ୍ୱପ୍ନ ଧୂଳିସାତ ହୋଇଛି, ଦୁଷ୍କର୍ମପିଡ଼ିତା କୌଣସି ମହିଳା ନ୍ୟାୟ ପାଇ ନାହାନ୍ତି, ସମସ୍ତ
ସରକାରୀ କାର୍ଯ୍ୟରେ ଦୁର୍ନୀତିର ଗନ୍ଧ ବାରି ହୋଇପଡ଼ିଛି । ସର୍ବୋପରି ଏହା ଏକ ପିସି ସରକାରର ଅପବାଦ ମୁଣ୍ଡାଇଛି । ନିର୍ବାଚନବେଳେ
ଭୋଟରଙ୍କ ଗରିବିକୁ କିଣି ଦିଆଯାଉଛି । ଶାସକ ଦଳର ବିଧାୟକ ସାଂସଦ ଓ ନେତାମାନେ ଦୁର୍ନୀତି, ଭ୍ରଷ୍ଟାଚାର, ହତ୍ୟା ଓ ଣ୍ଠୁଣ୍ଠନର
ଶୀକାର ହୋଇଥିଲେ ମଧ୍ୟ ସେମାନେ ଦଣ୍ଡିତ ହେଉ ନାହାନ୍ତି । ସରକାରୀ ଅନୁଷ୍ଠାନ ଗୁଡ଼ିକୁ ଦଳୀୟ କାର୍ଯ୍ୟାଳୟ ଭାବରେ ବ୍ୟବହାର
କରାଯାଉଛି । ଶିକ୍ଷା ଓ ସ୍ୱାସ୍ଥ୍ୟସେବା ପ୍ରଭୃତି କ୍ଷେତ୍ରରେ ୨୨ ବର୍ଷ ଧରି ଚରମ ବିଫଳତା ପରିଦୃଷ୍ଟ ହେଉଛି । ଭାରତ ଯୋଡ଼ ଯାତ୍ରା –
ଓଡ଼ିଶାର ମୁଖ୍ୟବାର୍ତା ହେଲା ପରିବର୍ତନ । ପରିବର୍ତନ ନହେଲେ ମହାମାରୀର ରୂପ ନେଇଥିବା ଦୁର୍ନୀତି, ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା
ପରିସ୍ଥିତି, ବେକାରୀ ଓ ଦାରିଦ୍ର୍ୟ କବଳରୁ ମୁକ୍ତି ମିଳିବ ନାହିଁ । ଏହି ପଦଯାତ୍ରାରେ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଅନନ୍ତ
ସେଠୀ, ନବଜ୍ୟୋତି ପଟ୍ଟନାୟକ, ମାନସ ଚୌଧୁରୀ, ଅଶୋକ ଦାସ, ସଂଜୀବ ଗିରି, ମଧୁମିତା ସେଠୀ, ସୁରେନ୍ଦ୍ର ପରମାଣିକ, ଚିତ
ଷଡ଼ଙ୍ଗୀ, ବିଶ୍ୱରଞ୍ଜନ ମହାନ୍ତି, ମନୋଜା ମଞ୍ଜରୀ ଦେବୀ, ଅର୍ଚ୍ଚନା ନନ୍ଦୀ, ସଂଜୟ ତ୍ରୀପାଠୀ, ଅଭିଷେକ ମହାନନ୍ଦ, ବିସ୍ମୟ ମହାପାତ୍ର,
ଶ୍ରୀକାନ୍ତ ଜେନା, ପ୍ରଦୀପ ମହାପାତ୍ର, ରାଜେଶ ମହାନ୍ତି, ଉଦୟନାଥ ପ୍ରଧାନ, ଦେବ ମହାନ୍ତି, ରାଜେଶ ମହାପାତ୍ର, ଗୌତମ ସାହୁ,
ବାଙ୍କନିଧି ବେହେରା, ସୌରଭ ପଟ୍ଟନାୟକ, ଦୀପକ ମହାପାତ୍ର, ସୁଭାଷ ପ୍ରଧାନ, ଜୀବନ ମହାପାତ୍ର, ସତ୍ୟରଞ୍ଜନ ବେହେରା, ରଞ୍ଜନ
ଦାସ, ସତ୍ୟବ୍ରତ ନାୟକ, ମୋତିଲାଲ ମହାନ୍ତି, ତୁଷାରକାନ୍ତ ତପସ୍ୱୀ, ବିଶ୍ୱରଞ୍ଜନ ଦାସ, ସୁଶାନ୍ତ ବେହେରା, ମନୋଜ ବିଶ୍ୱାଳ, ଶିଶିର
ରଥ,ଉଗ୍ରସେନା ଭୂୟାଁ ପ୍ରମୁଖ ହଜାର ହଜାର କଂଗ୍ରେସ କର୍ମୀ ଅଂଶଗ୍ରହଣ କରିଥିଲେ । ଆସନ୍ତା କାଲି “ଭାରତ ଯୋଡ଼ ଯାତ୍ରା – ଓଡ଼ିଶା”
ବନ୍ଦ ରହିବ ଶୁକ୍ରବାର ଦିନ ବାଲେଶ୍ୱରର କୁରୁଡ଼ା ଛକଠାରୁ ପ୍ରଭାତରେ ପୁଣି ଭାରତ ଯୋଡ଼ ଯାତ୍ର- ଓଡ଼ିଶା ଆରମ୍ଭ ହେବ ବୋଲି “ଭାରତ
ଯୋଡ଼ ଯାତ୍ରା –ଓଡ଼ିଶା”ର ମିଡିଆ ଇନଚାର୍ଜ ପ୍ରକାଶ ମିଶ୍ର ଏକ ପ୍ରେସ ବିଜ୍ଞପ୍ତିରେ ଜଣାଇଛନ୍ତି ।