ଅନୁସନ୍ଧାନ ଭାରତ(ବ୍ୟୁର): କାର୍ତ୍ତିକ ପୂର୍ଣ୍ଣିମା ପରେ ଛାଡଖାଇ ବୁଧବାର ଦିନ ପଡ଼ିଥିବାରୁ ଆମିଷ ଭକ୍ଷଣ କରିବା ପାଇଁ ସମସ୍ତେ ବ୍ୟାକୁଳ ହୋଇ ରହିଥିଲେ । ସକାଳ ପ୍ରହରରୁ ଭଞ୍ଜନଗର ଆମିଷ ବଜାରରେ ଲୋକମାନେ ପ୍ରବଳ ଭିଡ଼ ଜମେଇଥିବା ଦେଖିବାକୁ ମିଳିଥିଲା । ଏଥିପାଇଁ ସହରର ଅଧିକାଂଶ ଛକରେ ଆମିଷ ଦୋକାନ ଖୋଲିଥିଲା । ଯାହାଫଳରେ ଦିନ ୧୧ଟା ବେଳକୁ ଭଞ୍ଜନଗର ମାର୍କେଟରୁ କୁଇଣ୍ଟାଲ କୁଇଣ୍ଟାଲ ଘାଇ, ପୋଖରୀ ଓ ସମୁଦ୍ର ମାଛ ସବୁ ଖାଲି ହୋଇ ଯାଇଥିଲା । ଆଜି ମାଛ ଦର କିଲୋ ପ୍ରତି ଦେଢଶହରୁ ୨ଶହ ଟଙ୍କା ରହିଥିଲା । ବ୍ରଏଲର ଚିକେନ୍ କିଲୋ ୨୨୦ରୁ ୨୫୦ଟଙ୍କା ରହିଥିଲା । ଛେଳି ମାଂସ କିଲୋ ୬୫୦ରୁ ୭ଶହ ଟଙ୍କା ରହିଥିଲା । ସେହିପରି ଚିଙ୍ଗୁଡ଼ି ଓ କଙ୍କଡ଼ାକୁ ମଧ୍ୟ ଲୋକେ ବେଶ ଆଗ୍ରହ ସହକାରେ ବୋହି ନେଇଥିଲେ । କାର୍ତ୍ତିକ ମାସରେ ଆମିଷ ବ୍ୟବସାୟ ମାନ୍ଦା ରହିଥିବା ବେଳେ ଛାଡଖାଇକୁ ଅପେକ୍ଷା କରି ରହିଥିବା ବ୍ୟବସାୟୀ ମାନେ ଭଲ ଦୁଇ ପଇସା ରୋଜଗାର କରିଥିବା ଜଣାପଡ଼ିଛି ।