ଭାରତ ଯୋଡ଼ ଯାତ୍ରା- ଓଡ଼ିଶା ଷଷ୍ଠ ଦିନର “ଭାରତ ଯୋଡ଼ ଯାତ୍ରା- ଓଡ଼ିଶା” ପରିବର୍ତନ ଯାତ୍ରା ପାଣିକୋଇଲି କଲେଜ ପଡ଼ିଆ ଠାରୁ ଆରମ୍ଭ ହୋଇ ଭଣ୍ଡାରି ପୋଖରୀରେ ପଂହଚିଲା, ନବୀନ ଓ ମୋଦି ଉଭୟ ସରକାର ଓଡ଼ିଶା ପ୍ରଗତିର ବାଧକ- ଶରତ ପଟ୍ଟନାୟକ
ଅନୁସନ୍ଧାନ ଭାରତ(ବ୍ୟୁର): ଆଜି “ଭାରତ ଯୋଡ଼ – ଓଡ଼ିଶା” ପରିବର୍ତନ ଯାତ୍ରା ପାଣିକୋଲି କଲେଜ ପଡ଼ିଆ ଠାରୁ ବାହାରିଥିଲା । ସେବାଦଳର ଏହି ଯାତ୍ରାର ଇନଚାର୍ଜ ମନୋଜ ସାହୁ ସକାଳ ୮ଟା ବେଳେ ଶୋଭାଯାତ୍ରା ଆରମ୍ଭ କରିବାପାଇଁ ଶ୍ରୀ ପଟ୍ଟନାୟକଙ୍କ ପତାକା ପ୍ରଦାନ କରିଥିଲେ । କୋରେଇ ବ୍ଲକ କଂଗ୍ରେସ ଦ୍ୱାରା, କୋରେଇ ଛକରେ ଏକ ବିଶାଳ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା । ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଶରତ ପଟ୍ଟନାୟକଙ୍କୁ ଏହି ସଭାରେ ସମ୍ବର୍ଦ୍ଧିତ କରିବା ସହିତ ଶହ ଶହ ଯାତ୍ରୀମାନଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା । କୋରେଇ ବ୍ଲକ କଂଗ୍ରେସର ବରିଷ୍ଠ କଂଗ୍ରେସ ନେତା ହରିହର ସାହୁଙ୍କ ପ୍ରଦେଶ କଂଗ୍ରେସ ସଭାପତି ଉତରୀୟ ଓ ପୁଷ୍ପମାଲ୍ୟ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଏହି ସମ୍ବର୍ଦ୍ଧନା ସଭାରେ ବରିଷ୍ଠ କଂଗ୍ରେସ ନେତା ଶ୍ରୀଯୁକ୍ତ ରାମଚନ୍ଦ୍ର ଖୁଂଟିଆ, ଶ୍ରୀମତୀ ବନ୍ଦିତା ପରିଡ଼ା, ବଳଭଦ୍ର ଦାସ, ସନ୍ତୋଷ ନନ୍ଦ, ଦୁର୍ଯ୍ୟୋଧନ ବେହେରା, ମାନସ କର, କିଷାନ ପଣ୍ଡା, ସନ୍ତୋଷ ବେହେରା, ସଂଗ୍ରାମ ଜେନା, ଅନିଲ ମହାନ୍ତି, ସୁଦିପ କର, ମଧୁସୂଦନ ସାହୁ, ରିତାଶ୍ରୀ ମହାନ୍ତି, ଅକ୍ଷୟ ସାହୁ, ଅନନ୍ତ ଦାସ ଇତ୍ୟାଦି ନେତୃବୃନ୍ଦ ଶ୍ରୀ ଶରତ ପଟ୍ଟନାୟକଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ ତାଙ୍କ ସ୍ୱଳ୍ପ ଅଭିଭାଷଣରେ ଓଡ଼ିଶାର ଦୀର୍ଘ ୨୨ ବର୍ଷର ସରକାର ଏବଂ କେନ୍ଦ୍ରର ନରେନ୍ଦ୍ର ମୋଦିଙ୍କର ଆଠ ବର୍ଷର ସରକାର ଓଡ଼ିଶାର ପ୍ରଗତିର ଅନ୍ତରାୟ ହୋଇଛନ୍ତି ।
ନବୀନ ସରକାର ନିରବଚ୍ଛିନ୍ନ ଭାବରେ ଦୁଇ ଦଶନ୍ଧିରୁ ଅଧିକ ଶାସନ କଲାପରେ ମଧ୍ୟ ଆଜି ଓଡ଼ିଶାର ଯୁବକ, କୃଷକ, ଶ୍ରମିକ, ମହିଳା, ସ୍ୱଳ୍ପଆୟକାରୀ ବର୍ଗ, ମଧ୍ୟ ଆୟକାରୀ ବର୍ଗ ଏ ସମସ୍ତେ ଆଜି ସାମାନ୍ୟ ସୁବିଧାରୁ ବଂଚିତ । ଯୋଜନା ପରେ ଯୋଜନା କିନ୍ତୁ ଏ ଯୋଜନା ଲୋକଙ୍କର କି ପରିବର୍ତନ ଆଣିଲା ତା କେବେହେଲେ ଆଲୋଚନା ବା ପର୍ଯ୍ୟାଲୋଚନା ହେଲା ନାହିଁ । ଓଡ଼ିଶାର କୃଷକର ଆୟ ଆଜି ଭାରତବର୍ଷରେ ସର୍ବନିମ୍ନ ତଥାପି ମୁଖ୍ୟମନ୍ତ୍ରୀ କହୁଛନ୍ତି କାଳିଆ ଯୋଜନା ଦ୍ୱାରା କୃଷକର ଆୟ ବହୁପରିମାଣରେ ବୃଦ୍ଧି ହୋଇଛି । ପଡ଼ୋଶୀ ରାଜ୍ୟମାନେ ଧାନର ସର୍ବନିମ୍ନ ମୂଲ୍ୟ ୨୫୦୦ ଟଙ୍କା ହୋଇଥିବା ବେଳେ ଓଡ଼ିଶାର କୃଷକକୁ ସେହି ଦାମ ମିଳୁନାହିଁ । ଅଭାବି ବିକ୍ରୀ ଏ ରାଜ୍ୟର ସର୍ବବୃହତ ସମସ୍ୟା । ୨୨ ବର୍ଷ ଭିତରେ ୨୨ଟି ଶୀତଳ ଭଣ୍ଡାର ଯାହା ଚାଲୁଛି ତାହାର ନାମ ମୁଖ୍ୟମନ୍ତ୍ରୀ କହିପାରିବେକି? ଆଳୁ ମିଶନ, ପିଆଜ ମିଶନ ଆଜି କଉଠି ତାହା ଏ ସରକାରକୁ ଜଣା । ଯାଜପୁର ଜିଲ୍ଲା ଏକ ଖଣିଜ ସପଂଦ ଏବଂ ଶିଳ୍ପ ସମୃଦ୍ଧ ଭରା ଜିଲ୍ଳା । କିନ୍ତୁ ଏ ଅଂଚଳର ବାଲିଚନ୍ଦ୍ରପୁର ଠାରୁ ଆରମ୍ଭ କରି ହଜାର ହଜାର ଯୁବକ ଯୁବତୀ ଆଜି ଅନ୍ୟ ରାଜ୍ୟରେ ପେଟପାଇଁ କାମ କରୁଛନ୍ତି । ଅଂଚଳର ଯୁବକଙ୍କୁ ସ୍ଥାନୀୟ ଶିଳ୍ପରେ ନିଯୁକ୍ତି ମିଳିଲାନାହିଁ କାହିଁକି । ଏ ଅଂଚଳରେ କଂଗ୍ରେସ ସମୟରେ ଯେଉଁ ସବୁ କୃଷିଭତିକ ଶିଳ୍ପ କରାଯାଇଥିଲା ତାହା ଆଜି ବନ୍ଦ । ଏଅଂଚଳରେ କେନ୍ଦ୍ର ସରକାର ଏକ ବଡ଼ ତୈଳ ଭଣ୍ଡାର କରିବେ ବୋଲି ପ୍ରତିଶୃତି ଦେଇଥିଲେ । ମେଗା ଫୁଡପାର୍କ କରିବେ ବୋଲି କହିଥିଲେ କିନ୍ତୁ ଏହା କେବେ ହେବ । ପୂର୍ବଦୟର ସୂର୍ଯ୍ୟ ଓଡ଼ିଶାରୁ ଉଦୟ ହେବ ବୋଲି ଖୋଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ତାଙ୍କର ନେତା ମନ୍ତ୍ରୀମାନେ କହୁଥିଲେ । ୮ ବର୍ଷ ଭିତରେ ସୂର୍ଯ୍ୟ ଉଦୟ ତ ଦୁରେ ଥାଉ ସିନ୍ଦୁରାବି ଫିଟିଲା ନାହିଁ । ଏ ରାଜ୍ୟର ଯୁବକ ଆଦି ଦିଶାହୀନ, ଶିକ୍ଷିତ ଯୁବକ ଯୁବତୀ ରୋଜଗାର ପାଇଁ ଆଜି ଘୁରି ବୁଲୁଛନ୍ତି । ମହିଳାମାନଙ୍କୁ ପ୍ରତି ଅନ୍ୟାୟ, ଅତ୍ୟାଚାର, ଦୁଷ୍କର୍ମ, ଉତ୍ପିଡ଼ନ ଚରମ ସୀମାର ପଂହଚିଲାଣି ତଥାପି ସରକାରର ନିଦ ଭାଙ୍ଗୁ ନାହିଁ । ଏ ଭାରତ ଯୋଡ଼ ଓଡ଼ିଶା ଯାତ୍ରାର ଏକମାତ୍ର ଉଦ୍ଦେଶ୍ୟ ହେଉଛି ଓଡ଼ିଶାର ଯୁବକ, କୃଷକ, ମହିଳା, ଶ୍ରମିକଙ୍କ ସମସ୍ୟାକୁ ନେଇ ପ୍ରତିବାଦ କରିବା ଏବଂ ସ୍ଥାନୀୟ ଅଂଚଳର ସମସ୍ୟା ସହିତ ଜଡ଼ିତ ହେବା । ଓଡ଼ିଶା ପ୍ରଦେଶ କଂଗ୍ରେସ ସେ ପର୍ଯ୍ୟନ୍ତ ବିଶ୍ରାମ ନେବ ନାହିଁ ଯେ ପର୍ଯ୍ୟନ୍ତ ବହୁ ଦୁର ଦୁରାନ୍ତରେ ଛିଡ଼ା ହୋଇଥିବା ଓଡ଼ିଶାର ଜଣେ ବ୍ୟକ୍ତି ମୁହଁରେ ହସ, ବିଶ୍ୱାସ ଓ ଆତ୍ମ ପ୍ରତ୍ୟୟ ଭରି ନ ଯାଇଛି । ଏ ଉଭୟ ସରକାରଙ୍କୁ ଗାଦିଚ୍ୟୁତ କରିବାକୁ ପଡ଼ିବ । ଓଡ଼ିଶାର ୪ କୋଟି ୫୦ଲକ୍ଷ ଲୋକଙ୍କ ପାଇଁ ଏ ପଦଯାତ୍ରା । ଏ ପଦଯାତ୍ରା ଦୀର୍ଘ ୨୨ ବର୍ଷର ସରକାର ଓ କେନ୍ଦ୍ରର ଦୀର୍ଘ ୮ ବର୍ଷର ଶୋଷଣ, ଅନ୍ୟାୟ, ଅତ୍ୟାଚାର ଓ ଲୁଣ୍ଠନ ବିରୋଧରେ । ଅପରାହ୍ନରେ ଏ ପଦଯାତ୍ରା ଯାଜପୁର ଜିଲ୍ଲା ଅତିକ୍ରମ କରି ଭଦ୍ରକ ଜିଲ୍ଲାର ସୀମାକୁ ପ୍ରବେଶ କରିଥିଲା । ସଠିପୁର ଛକ ପରେ ପରେ ଆଜି ହଜାର ହଜାର କଂଗ୍ରେସ ନେତୃବର୍ଗ ଓ ସାଧାରଣ ଜନତା ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ ଚାଲିଥିବା ଏହି ପଦଯାତ୍ରାକୁ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ, ଅନନ୍ତ ସେଠୀ, ଅଶୋକ ଦାସ, ନଳିନୀ ମହାନ୍ତି, ସୁବ୍ରତ ଦାସ ମଧୁମିତା ସେଠୀ, ଦିଗମ୍ବର ଦାସ ଏବଂ ବହୁ ବରିଷ୍ଠ କଂଗ୍ରେସ ନେତୃବର୍ଗ, ବହୁବୁଦ୍ଧିଜୀବି, ସାମାଜିକ କର୍ମୀ, କୃଷକ ନେତା ପଦଯାତ୍ରୀ ତଥା ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଶରତ ପଟ୍ଟନାୟକଙ୍କୁ ପୁଷ୍ପମାଲ୍ୟ ଓ ଉତରୀୟ ଦେଇ ସମ୍ବଦ୍ଧିତ କରିଥିଲେ । ଏହି ପଦଯାତ୍ରା ଭଦ୍ରକ ଜିଲ୍ଳାର ଭଣ୍ଡାରୀ ପୋଖରୀ ଠାରେ ସମାପ୍ତ ହୋଇଥିଲା । ଆସନ୍ତା କାଲି ଭଣ୍ଡାରୀପୋଖରୀ ଏହି ପଦଯାତ୍ର ଆରମ୍ଭ ହେବ । ଅନ୍ୟମାନଙ୍କ ମଧ୍ୟରେ ମାନସ ଚୌଧୁରୀ, ବିଶ୍ୱରଞ୍ଜନ ମହାନ୍ତି, ଦେବେନ୍ଦ୍ରେ ମହାନ୍ତି, ସ୍ମୃତି ରଞ୍ଜନ ଲେଙ୍କା, ପ୍ରକାଶ ମିଶ୍ର, କନକଲତା ମଲ୍ଲିକ, କୈଳାସ ସାହୁ,ପଦ୍ମାକର ଗୁରୁ, ସତ୍ୟବ୍ରତ ନାୟକ, ଦୀପକ ମହାପାତ୍ର, ପ୍ରଦୀପ ମହାପାତ୍ର, ମିହିର ଆଚାର୍ଯ୍ୟ, ଜୟକୃଷ୍ଣ ସୁବୁଦ୍ଧି, ଅନିଲ ମହାନ୍ତି ପ୍ରମୁଖ ଅଂଶଗ୍ରହଣ କରିଥିଲେ ବୋଲି “ଭାରତ ଯୋଡ଼ ଯାତ୍ରା –ଓଡ଼ିଶା”ର ମିଡିଆ ଇନଚାର୍ଜ ପ୍ରକାଶ ମିଶ୍ର ଏକ ପ୍ରେସବିଜ୍ଞପ୍ତିରେ ଜଣାଇଛନ୍ତି ।