ବିବାଦ ଘେରରେ ଘୁ.ଉଦୟଗିରି ବ୍ଲକ ଅଧକ୍ଷା ଶୁଷମା ପ୍ରଧାନ, ଅଧକ୍ଷା ପିସି ଉପରେ ଗୁରୁତ୍ୱ ଦେଉଛନ୍ତି ଓ ପିସି ନେଉଛନ୍ତି ବୋଲି ଅଭିଯୋଗ କଲେ ଜିଲ୍ଲା ପରିଷଦ ସଦସ୍ୟା ଲିଲିମା ପ୍ରଧାନ ଓ ସମିତି ସଭ୍ୟ ମାଲ୍ୟବନ୍ତ କଂହର….

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧୀନସ୍ଥ ଘୁ.ଉଦୟଗିରି ବ୍ଲକରେ ଗତ କିଛି ଦିନ ହେଲା ସ୍ଥାନୀୟ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ଶୁଷମା ପ୍ରଧାନ ଏବଂ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଆଶିଷ ତ୍ରିପାଠୀଙ୍କ ମଧ୍ୟରେ ବିବାଦ ମୁଣ୍ଡ ଟେକିଛି I ଏହି ମଧ୍ୟରେ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ସପକ୍ଷରେ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରି ଅଧକ୍ଷାଙ୍କୁ ଟାର୍ଗେଟ କରିଛନ୍ତି ଉପାଦକ୍ଷ ଏନ. ଲୁକ ଏବଂ ସହଯୋଗୀ I ସକାଳେ ସାମ୍ବାଦିକ ସମ୍ମିଳନୀ କରି ଅଧକ୍ଷା ଶ୍ରୀମତୀ ଶୁଷମା ପ୍ରଧାନ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଉପାଦକ୍ଷ ଏନ. ଲୁକଙ୍କ ଉପରେ ବର୍ଷି ଥିବା ବେଳେ ସନ୍ଧ୍ୟାରେ ଉପାଦକ୍ଷଙ୍କ ନେତୃତ୍ୱରେ ସମିତି ସଭ୍ୟ ମାଲ୍ୟବନ୍ତ କଂହର, ସଚ୍ଚିଦାନନ୍ଦ ପ୍ରଧାନ, ସୁନେଲିକା ନାୟକ, ସରପଞ୍ଚ ଅବଲାକର ପ୍ରଧାନ, ବିଷ୍ଣୁଦେଵ ପ୍ରଧାନ, ଜିଲ୍ଲା ପରିଷଦ ସଭ୍ୟା ଲିଲିମା ପ୍ରଧାନ ପ୍ରମୁଖ ଅଧକ୍ଷାଙ୍କ ବିରୋଧୀ ସଙ୍ଗିନ ଅଭିଯୋଗ ଆଣିଛନ୍ତି I ସାମ୍ବାଦିକ ସମ୍ମିଳନୀରେ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ବିରୁଦ୍ଧରେ ବିଭିନ୍ନ ଅଭିଯୋଗ ଆଣି ତାଙ୍କୁ ଏଠାରୁ ବଦଳି କରିବାକୁ ଜିଲ୍ଲାପାଳ, ବିଧାୟକ ଏବଂ ଅନେକ ଉଚ୍ଚପଦସ୍ଥ ଅଧିକାରୀଙ୍କୁ ଲିଖିତ ଭାବେ ଜଣେଇବା ସହ ୧୫ଦିନ ଭିତରେ ବିଡ଼ିଓଙ୍କ ବଦଳି ନ ହେଲେ ସେ ରାଜରାସ୍ତାକୁ ଉଲ୍ଲେଇବାକୁ ଚେତାବନୀ ଦେଇଥିଲେ ଅଧକ୍ଷା I ଏହି ଖବର ପ୍ରକାଶ ପରେ ବ୍ଲକ ଉପାଧ୍ୟକ୍ଷ, ଜିଲ୍ଲାପରିଷଦ ସଭ୍ୟା, କିଛି ସରପଞ୍ଚ, ସମିତିସଭ୍ୟ ସଭ୍ୟା ଏକ ଲିଖିତ ବିବୃତି ମାଧ୍ୟମରେ ବିଡିଓଙ୍କ ବିରୁଦ୍ଧରେ ଅଧ୍ୟକ୍ଷାଙ୍କ ଅଭିଯୋଗକୁ ମନଗଢା, କପୋଳକଳ୍ପିତ କହିବା ସହ ବିଡ଼ିଓଙ୍କୁ ବଦନାମ କରିବାକୁ କିଛି ସ୍ୱାର୍ଥନ୍ୱେଶି ବ୍ୟକ୍ତିଙ୍କ ଚକ୍ରାନ୍ତ ବୋଲି କହିଛନ୍ତି I ବ୍ଲକ ଅଧକ୍ଷା ଶ୍ରୀମତୀ ସୁଷମା ପ୍ରଧାନ ନିଜ କାର୍ଯ୍ୟାଳୟରେ ଏକ ପ୍ରେସମିଟ ଆୟୋଜନ କରି ବ୍ଲକ ବିଡ଼ିଓ, ଜେଇ ଏବଂ ଏଇଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆଣିବା ସହ ବିଡ଼ିଓ ମୋତେ ଅନ୍ଧାରରେ ରଖି ପଞ୍ଚାୟତର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ନିଜ ଲୋକଙ୍କୁ ବାଣ୍ଟୁଛନ୍ତି ବୋଲି କହିବା ସହ ବିଭିନ୍ନ ଅଭିଯୋଗ ଆଣି ବିଡ଼ିଓଙ୍କୁ ତୁରନ୍ତ ବଦଳି କରିବା ପାଇଁ ଦାବି କରିଛନ୍ତି I ନଚେତ ଆଗାମୀ ୧୫ତାରିଖରେ ବ୍ଲକ ସମ୍ମୁଖରେ ଧାରଣାରେ ବସିବି ବୋଲି କହିଛନ୍ତି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି I ଏହାସହ ବ୍ଲକ ବିଜେଡିରେ ଫାଟ ହୋବା ଦ୍ୱାରା ବ୍ଲକ ବିଜେଡି ଦୁଇ ଫାଳ ହୋଇଛି ବୋଲି ମଧ୍ୟ କହିଛନ୍ତି ବ୍ଲକ ଅଧକ୍ଷା I ବ୍ଲକ ଉପାଧ୍ୟକ୍ଷ ଏନ.ଲୁକଙ୍କ ଇସାରାରେ ବିଡିଓ ପରିଚାଳିତ ହେବା ସହ ଅଧ୍ୟକ୍ଷାଙ୍କୁ ଅଣଦେଖା କରୁଥିବା ଯୋଗୁଁ ଦଳ ଭିତରେ ଗୋଷ୍ଠୀ ବିବାଦ ଆରମ୍ଭ ହୋଇଥିବା କହିଛନ୍ତି ଅଧକ୍ଷା I ଆଶ୍ଚର୍ଯ୍ୟର ବିଷୟ ପଞ୍ଚାୟତ ନିର୍ବାଚନ ସରି ୮ମାସ ବିତିଲାଣି ହେଲେ ଗୋଟିଏ ହିଁ ସମିତି ବୈଠକ ହୋଇଛି I ବିଡ଼ିଓ ଅଧ୍ୟକ୍ଷାଙ୍କ ବିବାଦ ଭିତରେ ସ୍ଥାନୀୟ ବ୍ଲକରେ ଉନ୍ନୟନ କାର୍ଯ୍ୟ ଅଗ୍ରଗତିରେ ବାଧା ସୃଷ୍ଟି ହୋଇଛି I ଅଧକ୍ଷାଙ୍କ ପ୍ରେସମିଟ ପରେ ବିବାଦ ଆହୁରି ବଢ଼ିବାରେ ଲାଗିଛି I ବିଜେଡି ଦଳ ଭିତରେ ଦଳୀୟ କନ୍ଦଳ ଜଳଜଳ ହୋଇ ଦେଖାଯାଉଛି ଯାହାକି ବ୍ଲକ ଅଧ୍ୟକ୍ଷା ପ୍ରେସମିଟ ମାଧ୍ୟମରେ କହିଛନ୍ତି I ବ୍ଲକରେ ଚାଲିଥିବା ଶୀତଳ ଯୁଦ୍ଧର କାରଣ କଣ ତାହା ପଦାକୁ ଆସି ନାହି I ଏହି ବିବାଦର ପ୍ରଛଦ ପଟରେ କାହାର ଭୂମିକା ରହିଛି ? ବ୍ଲକ ବିକାଶରେ ବାଧକ କିଏ ତାକୁ ଖୋଜୁଛନ୍ତି ସ୍ଥାନୀୟ ବ୍ଲକବାସୀ I ଅଧ୍ୟକ୍ଷାଙ୍କ ଆଜିର ପ୍ରେସମିଟ ପରେ ବ୍ଲକ ଉପାଧ୍ୟକ୍ଷ ଏନ.ଲୁକ ଆମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ବିଜେଡି ଦୁଇ ଭାଗ ହୋଇ ନାହିଁ I ଯିଏ ଏହି କଥା କହୁଛନ୍ତି ସେ ହିଁ ଜାଣିଥିବେ ଆମେ ଜାଣିବାରେ ବିଜେଡି ଦଳକୁ ଦୁଇଭାଗ ହେବାର ପ୍ରଶ୍ନ ଉଠୁ ନାହିଁ I ଆଉ ରହିଲା ମୋ କଥାରେ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ପରିଚାଳିତ ହେବା ଅଭିଯୋଗ ଅତ୍ୟନ୍ତ ହାସ୍ୟାସ୍ପଦ I ମୁଁ ବ୍ଲକର ଉପାଧ୍ୟକ୍ଷ ମୋ ଉପରେ ଅଧ୍ୟକ୍ଷା ସେ ହେଉଛନ୍ତି ସର୍ବେସର୍ବା I ଆମର ଲକ୍ଷ ଆମ ଅଞ୍ଚଳର ବିକାଶ I ବିକାଶ ପାଇଁ ଆମେ ସ୍ୱର ଉଠେଇବା ସହ ଅଧିକାରୀଙ୍କ ଦ୍ୱାରା ଲୋକଙ୍କ କାମ କରିବା ପାଇଁ ଲୋକେ ଆମକୁ ନିର୍ବାଚିତ କରିଛନ୍ତି I ଏହା ସହ ସ୍ଥାନୀୟ ଅଧକ୍ଷା ପିସି ନେଉଛନ୍ତି, ଗ୍ରେସିଙ୍ଗିଆ ୫ଟି ବିଦ୍ୟାଳୟର ନିର୍ମାଣ କାମ କରୁଛନ୍ତି ଓ ପିସି ଉପରେ ଗୁରୁତ୍ୱ ଦେଉ ଛନ୍ତି ବୋଲି ଅଧକ୍ଷାଙ୍କୁ ବିବାଦ ଘେରକୁ ଟାଣିଛନ୍ତି ଜିଲ୍ଲା ପରିଷଦ ସଦସ୍ୟା ଲିଲିମା ପ୍ରଧାନ ଓ କଳିଙ୍ଗିଆ ସମିତି ସଭ୍ୟ ମାଲ୍ୟାବନ୍ତ କଂହର I ସରକାରଙ୍କ ୫ଟି କାମ ଠିକ ଭାବରେ ଚାଲିଛି I ବ୍ଲକ ଅଧକ୍ଷାଙ୍କ ଅଭିଯୋଗ ସମ୍ପୂର୍ଣ୍ଣ ଭିତିହିନ ବୋଲି କହିବା ସହ ଅଧକ୍ଷାଙ୍କୁ ଟାର୍ଗେଟ କରିଛନ୍ତି ଲିଙ୍ଗାଗଡ଼ ସରପଞ୍ଚ ଅବଲାକର ପ୍ରଧାନ, ସମିତି ସଭ୍ୟ ସଚ୍ଚିଦାନନ୍ଦ ପ୍ରଧାନ, ସରପଞ୍ଚ ବକ୍ସି ନାୟକ I ଘୁ.ଉଦୟଗିରି ବିଜେଡି କନ୍ଦଳ ଏବେ ଉଗ୍ରରୂପ ନେଇଛି I ଏହାର ଫାଇଦା ନେବା ପାଇଁ କଂଗ୍ରେସ ଓ ବିଜେପି ସଜବାଜ ହେଉଥିବା ସୂଚନା ମିଳିଛି I ଅନ୍ୟପକ୍ଷରେ ଅଧକ୍ଷାଙ୍କ ଉପରେ ଉଠିଥିବା ସଙ୍ଗିନ ଅଭିଯୋଗ ଅଞ୍ଚଳ ଵାସୀଙ୍କ ମଧ୍ୟରେ ସରକାରଙ୍କ ସ୍ଵଚ୍ଚ ଶାସନ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି I ଏହି ଅଭିଯୋଗକୁ ନେଇ ଅଧକ୍ଷାଙ୍କ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ I ଅଧକ୍ଷାଙ୍କ ଉପରେ ଲାଗିଥିବା ପିସି କାରବାର ପରି ଦୁର୍ନୀତିର ଅଭିଯୋଗ ଉପରେ ସ୍ପଷ୍ଠି କରଣ ଦେବେକି ଅଧ୍ୟକ୍ଷା ବୋଲି ଅଞ୍ଚଳରେ ମତପ୍ରକାଶ ପାଇଛି I