ହିଞ୍ଜିଳିକାଟୁରେ କାର୍ତ୍ତିକେଶ୍ୱରଙ୍କ ପୂଜା ଅନୁଷ୍ଠିତ…..

ଅନୁସନ୍ଧାନ ଭାରତ(ବ୍ୟୁର): ହିଞ୍ଜିଳିକାଟୁରେ କାର୍ତ୍ତିକେଶ୍ୱର  ପୂଜା ଅନୁଷ୍ଠିତ ହୋଇଛି । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ହିଞ୍ଜିଳିକାଟୁ ପୈାରାଚଂଳ କେଉଟ ସାହି ଠାରେ  କାର୍ତ୍ତିକେଶ୍ୱର ପୂଜା  ନୀତିକାନ୍ତି  ସହ  ପାଳନ କରାଯାଇଛି । ଏହି କାର୍ତ୍ତିକେଶ୍ୱର ପୂଜା ଉତ୍ସବ  ପ୍ରତିବର୍ଷ ଅଁଳା ନବମୀରୁ ଆରମ୍ଭ ହୋଇ କାର୍ତିକ ମାସ ଶେଷ କାର୍ତ୍ତିକ ପୂର୍ଣ୍ଣମୀରେ ପ୍ରଭୁଙ୍କୁ ବିସର୍ଜନ କରାଯାଉଥିବା ବେଳେ ଚଳିତ ବର୍ଷ ମଧ୍ୟ  ରୀତିନୀତି ଅନୁଯାୟୀ ପାଳିତ ହୋଇଛି । ଏହି ପୂଜା ୨ତାରିଖରୁ ଆରମ୍ଭ ହୋଇଥିବା ବେଳେ ଏକ ସପ୍ତାହ ଧରି ଆୟୋଜନ ହେବାକୁଥିବା  ବେଳେ ଆସନ୍ତା ୯ ତାରିଖ  ପ୍ରସାଦସେବନ ଓ ୧୦ ତାରିଖ ରେ ବିସର୍ଜନ କାର୍ଯ୍ୟକ୍ରମ ଥିବା ପୂଜା କମିଟି ପକ୍ଷରୁ ସୂଚନା ମିଳିଛି ।