ସରସ୍ୱତୀ ଶିଶୁ ଵିଦ୍ୟା ମନ୍ଦିର ଗୁଣପୁରର ୨୭ତମ ଵାର୍ଷିକ କ୍ରୀଡ଼ା ସମାରୋହ ଅନୁଷ୍ଠିତ……

ଅନୁସନ୍ଧାନ ଭାରତ(ବ୍ୟୁର): ରାୟଗଡା ଜିଲ୍ଲା ଗୁଣପୁର ସ୍ଥିତ ସରସ୍ୱତୀ ଶିଶୁ ଵିଦ୍ୟା ମନ୍ଦିର ଠାରେ ୨୭ତମ ଵାର୍ଷିକ କ୍ରୀଡ଼ା ସମାରୋହ ଯଥାରୀତି ମହାଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସମାରୋହର ଉଦ୍ଘାଟନ ଉତ୍ସବରେ ସ୍ଥାନୀୟ ବନ।ଞ୍ଚଳ ଅଧିକାରୀ ଶ୍ରୀ ନୀଳମାଧବ ପାଢୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଧ୍ୱଜାରୋହଣ କରିଥିଲେ । ସେହିପରି ଗୁଣପୁର ମହାବିଦ୍ୟାଳୟର କ୍ରୀଡ଼ା ଅଧ୍ୟାପକ ଶ୍ରୀ ଦେବୀ ପ୍ରସାଦ ପାଢୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଶିଶୁମାନଙ୍କୁ ମାର୍ଗ ଦର୍ଶନ କରିଥିଲେ l ଅନୁଷ୍ଠାନର ପ୍ରଧାନ ଆଚାର୍ଯ୍ୟ ଶ୍ରୀ ପ୍ରଫୁଲ୍ଲ କୁମାର ଶତପଥୀ ଉଦ୍ଦେଶ୍ୟ ପ୍ରତିପାଦନ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ ଓ ଆଚାର୍ଯ୍ୟ। ସୁଶ୍ରୀ ପ୍ରିୟଙ୍କା ସାହୁ ସଂଯୋଜନା କରିଥିଲେ । ଅନୁଷ୍ଠାନର ସଭାପତି ଶ୍ରୀ ଵି ଗଜପତି ରାଓ ଶିଶୁମାନଙ୍କଙ୍କୁ କ୍ରୀଡ଼ାର ଆବଶ୍ୟକତା ଓ ଉପକାରିତା ବିଷୟରେ ମାର୍ଗ ଦର୍ଶନ କରିଥିବା ବେଳେ ସମ୍ପାଦକ ଶ୍ରୀ ସୋମନାଥ ଗୌଡ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ । ସେହି ପରି, ଯୁଗ୍ମ ସମ୍ପାଦକ ଶ୍ରୀ ମୋହନ ଚନ୍ଦ୍ର ସାହୁ ଓ ସଦସ୍ୟା ଶ୍ରୀମତି ପ୍ରତିଭା ରଥ ମଧ୍ୟ ଉପସ୍ଥିତ ରହି କାର୍ଯ୍ୟକ୍ରମ ତଦାରଖ କରିଥିଲେ । ଉକ୍ତ କ୍ରୀଡ଼ା ଉତ୍ସବ ୪ର୍ଥରୁ ୧୦ମ ଶ୍ରେଣୀ ଶିଶୁମାନଙ୍କ ମଧ୍ୟରେ ଅନୁଷ୍ଠିତ ହୋଇ ଦୁଇ ଦିନ ଧରି ଚାଲିବ ।