ଜିଲ୍ଲା ସ୍ତରୀୟ ଦୁର୍ନୀତି ନିବାରଣ ସପ୍ତାହ ପାଳନ ଅବସରରେ ମିଶନ ଶକ୍ତି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ଦ୍ୱାରା ଶପଥ ପାଠ ଓ ଶୋଭାଯାତ୍ରା…..
ଅନୁସନ୍ଧାନ ଭାରତ(ବ୍ୟୁର): ଗଜପତି ଜିଲ୍ଲା ମିଶନ ଶକ୍ତି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କ ଦ୍ୱାରା ପୂର୍ବାହ୍ନ ୧୧ ଘଟିକା ସମୟରେ ଦୁର୍ନୀତି ନିବାରଣ ସପ୍ତାହ ଉପଲକ୍ଷେ ଜ଼ିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରାଙ୍ଗଣରେ ଏକ ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ଶପଥ ପାଠ କାର୍ଯ୍ୟକ୍ରମ ପରେ ଏକ ସଚେତନତା ଶୋଭାଯତ୍ରାକୁ ଗଜପତି ଜ଼ିଲ୍ଲାପାଳ ଶ୍ରୀଯୁକ୍ତ ଲିଙ୍ଗରାଜ ପଣ୍ଡା ଆନୁଷ୍ଠାନିକ ଭାବେ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରାୟ ୩୦୦ ରୁ ଉର୍ଦ୍ଧ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନେ ହାତରେ ପ୍ଲାସ୍ କାର୍ଡ ଧରି ସ୍ଲୋଗାନ ଦେଇ ଜିଲ୍ଲାପାଳ କାର୍ଯ୍ୟାଳୟ ଠାରୁ ଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ ସହର ପରିକ୍ରମା କରିଥିଲେ l
ଜିଲ୍ଲାପାଳ ଶ୍ରୀ ପଣ୍ଡା ସମସ୍ତଙ୍କୁ ଶପଥ ପାଠ କରାଇ ଦୁର୍ନିତି ନିବାରଣ ଦିଗରେ ସରକାରଙ୍କ ଦ୍ୱରା କରାଯାଇଥିବା ସମସ୍ତ ବ୍ୟବସ୍ଥକୁ କଡାକଡି ପାଳନ କରିବା ଉପରେ ଗୁରୁତ୍ଵ ଦେଇଥିଲେ । ଦେଶ ପ୍ରଗତି ପଥରେ ଦୁର୍ନିତି ବାଧକ ସାଜୁଛି ଏଣୁ ଦୁର୍ନିତି ସମ୍ପୂର୍ଣ୍ଣ ହଟିଲେ ଦେଶ ପ୍ରଗତି ପଥରେ ଆଗେଇବ । ଏଦିଗରେ ସମସ୍ତ ନାଗରିକ ଓ ଜନସାଧରଣ ସଚେତନତା ହେବା ଜରୁରୀ ଏଣୁ ଆମ ସମସ୍ତଙ୍କ ମିଳିତ ଉଦ୍ୟମରେ କିପରି ଦେଶରୁ ଦୁର୍ନୀତିର ମୁଳୋତ୍ପାଟନ ହୋଇପାରିବ ଓ ପ୍ରତ୍ୟେକ ନାଗରିକ ସର୍ବଦା ସତର୍କତା ସହିତ ସର୍ବାଧିକ ସାଧୁତା ଓ ସତ୍ୟନିଷ୍ଠ ରେ ପ୍ରତିବନ୍ଧିତ ରହି କାର୍ଯ୍ୟ କରିପାରିବେ ସେ ସମ୍ପର୍କରେ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନେ ଜନସାଧାରଣମାନଙ୍କୁ ସଚେତନ କରାଇଥିଲେ ।
ଏହି କାର୍ଯ୍ୟକ୍ରମରେ ଆରକ୍ଷୀ ଅଧିକ୍ଷକ ଶ୍ରୀ ଜୟରାମ ଶତପଥୀ, ଅତିରିକ୍ତ ଜ଼ିଲ୍ଲାପାଳ ଶ୍ରୀ ସଂଗ୍ରାମ ଶେଖର ପଣ୍ଡା, ଶ୍ରୀ ପ୍ରଦୀପ କୁମାର ନାୟକ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଜ଼ିଲ୍ଲା ପରିଷଦ, ଶ୍ରୀ ରୋମାଞ୍ଚଳ ଖମାରୀ, ଅତିରିକ୍ତ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଶ୍ରୀ ଲଳିତା କୁମାର କହଁର, ଉପଜ଼ିଲ୍ଲାପାଳ ଶ୍ରୀ ଆଲୋକ କୁମାର ପ୍ରଧାନ, ଡେପୁଟି କଲେକ୍ଟର ନଟବର ଗରଡ଼ା ଓ ଜ଼ିଲ୍ଲା ସ୍ତରୀୟ ଅଧିକାରୀ ଓ ମିଶନ ଶକ୍ତି ବିଭାଗର ଜ଼ିଲ୍ଲା ଓ ବ୍ଲକ ସ୍ତରୀୟ କର୍ମକର୍ତା ଉପସ୍ଥିତ ଥିଲେ ଶ୍ରୀ ରଶ୍ମି ରଞ୍ଜନ ସେଠୀ, ଜ଼ିଲ୍ଲା ପ୍ରକଳ୍ପ ସଂଯୋଯକ, ମିଶନ ଶକ୍ତିଙ୍କ ପ୍ରତ୍ୟେକ ତତ୍ୱାବଧାନରେ କାର୍ଯ୍ୟକ୍ରମ ସମାହିତ ହୋଇଥିଲା ।