ଓଡିଶା ଡ୍ରାଇଭର ମହାସଂଘ ପକ୍ଷରୁ ପଦଯାତ୍ରା….

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ବାଲିଗୁଡା ଠାରେ ଶତାଧିକ ଡ୍ରାଇଭର ମିଳିତ ଭାବେ ଏକ ସଭା ଯାତ୍ରା ଆୟୋଜିତ ହୋଇ ଥିଲା l ଏଥିରେ ଜିଲ୍ଲାର ବାର ଗୋଟି ବ୍ଲକରୁ ଶହେରୁ ଉର୍ଦ୍ଧ ଗାଡି ଚାଲାକ ଯୋଗ ଦେଇ ଥିଲେ l ବାଲିଗୁଡା ଠାରେ ଅବସ୍ଥିତ ଗାୟତ୍ରୀ ମନ୍ଦିର ଠାରୁ ଏକ ସଭା ଯାତ୍ରାରେ ବାହାରି ସଭା ଗୃହ ପର୍ଯ୍ୟନ୍ତ ଯାଇ ଥିଲେ l ପରେ ସଭା ଗୃହ ଠାରେ ଏକ ସଭା ଆୟୋଜନ କରି ବିଭିନ୍ନ ବିଷୟରେ ଆଲଚନା କରିବା ସହ ଦଶଗୋଟି ଦାବି ନେଇ ରାଜ୍ୟ ସରକାରଙ୍କ ନିକଟରେ ଆବେଦନ କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କାର୍ଯ୍ୟ କାରି ହେଉନ ଥିବା ବିଷୟକୁ ନେଇ ଓଡିଶା ଡ୍ରାଇଭର ମହା ସଂଘ ର ଜିଲ୍ଲା ଉପସଭାପତି ମାନସ ସାମଲ, ମିଥୁନ କୁମାର ଦିଗାଲ ସମ୍ପାଦକ, ରଞ୍ଜିତ କାହଁର, ମଦନ ମହନ ଦିଗାଲଙ୍କ ସମେତ ଶତାଧିକ ଉପସ୍ଥିତ ଥିଲେ l ରାଜ୍ୟ ସରକାରଙ୍କ ଅବହେଳାକୁ ନେଇ ଓଡିଶା ଡ୍ରାଇଭର ମହା ସଙ୍ଘ ପକ୍ଷରୁ ତୀବ୍ର ବିରୋଧ କରିଛନ୍ତି l ଆଗାମୀ ଦିନରେ ଯଦି ଏହି ପ୍ରକାର ବିଳମ୍ବତା ଦେଖା ଦିଏ ତେବେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ କୁ ଘେରାଉ ଚେତାବନୀ ଦେଇଛନ୍ତି l