ସ୍କୁଲରେ ତାଲା ପକାଇ ଆନ୍ଦୋଳନକୁ ଓହ୍ଲାଇଲେ ଗ୍ରାମବାସୀ….

ଅନୁସନ୍ଧାନ ଭାରତ(ବ୍ୟୁର): କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ବେହେରା ଗ୍ରାମର ନୋଡାଲ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟତ୍ରୀଙ୍କ ମନମୁଖୀ କାର୍ଯ୍ୟ, ଛାତ୍ରଛାତ୍ରୀ କୁ ଦୁର୍ବ୍ୟବହାର କରୁଥିବା ସଙ୍ଗେ ମନମୁଖୀ କାର୍ଯ୍ୟ କରି ସ୍କୁଲର ବହୁମୂଲ୍ୟ ଗଛ କାଟି ବିକ୍ରି କରୁଥିବା ସହ ବିଭିନ୍ନ କାର୍ଯକୁ ନେଇ ଅଭିଭାକ ତଥା ଶିକ୍ଷକଙ୍କ କର୍ଣ୍ଣପାତ ନ କରିବାରୁ ଶେଷରେ ବାଧ୍ୟ ହୋଇ ପ୍ରଧାନ ଶିକ୍ଷୟତ୍ରୀକୁ ଅନ୍ୟତ୍ର ବଦଲୀ ସଙ୍ଗେସଙ୍ଗେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବୀରେ ଧାରଣା ଦେବା ସହ ଗ୍ରାମ ବାସି ତଥା ସ୍କୁଲ କମିଟି ମିଶି ସ୍କୁଲ୍ ଫାଟକକୁ ତାଲା ଲଗାଇ ଆନ୍ଦୋଳନ ଓ ଅନଶନରେ ବସିଛନ୍ତି । ଏହି ଆନ୍ଦୋଳନ କୁ ଦଣ୍ଡପାତ ଅଞ୍ଚଳର ବିଭିନ୍ନ ସଙ୍ଗଠନ ସମର୍ଥନ ଜଣାଉଥିବା ଦେଖିବାକୁ ମିଳିଛି । ମାଟ୍ରିକ ଅର୍ଦ୍ଧ ବାର୍ଷିକ ପରୀକ୍ଷା ଥିବାବେଳେ ଛାତ୍ରଛାତ୍ରୀ ଓ ଅବିଭାବକ ଚିନ୍ତିତ ଥିଲେ ହେଁ ପ୍ରଶାସନ କୌଣସି ପଦକ୍ଷେପ ନେଉନଥିବା ଅଭିଯୋଗ ହେଉଚ୍ଛ । ଧର୍ମଗଡ଼ ଗୋଷ୍ଠୀ ଶିକ୍ଷା ବିଭାଗ ତଥା ଧର୍ମଗଡ ଉପଜିଲ୍ଲାପାଳ ଆନ୍ଦୋଳନ ସ୍ଥଳକୁ ପହଞ୍ଚିଥିଲେ ବୁଝାସୁଝା କରିଥିଲେ ମଧ୍ୟ ଆନ୍ଦୋଳନକାରୀ ନିଜ ଦାବୀରେ ଅଡ଼ି ବସିଥିଲେ । ଯେତେ ଦିନ ଯାଏ ଶିକ୍ଷୟିତ୍ରୀଙ୍କ ବଦଳି ନ ହୋଇଛି ଆନ୍ଦୋଳନ ଜାରୀ ରହିବା ସହ ଆନ୍ଦୋଳନକୁ ଆଉ ତୀଵ୍ରତର କରାଯିବ ବୋଲି ଆନ୍ଦୋଳନ କାରୀ ପ୍ରକାଶ କରିଛନ୍ତି ।