ସାମ୍ବାଦିକଙ୍କୁ ପୁଲିସ କର୍ମଚାରୀଙ୍କ ଆଶ୍ଲିଳ ଭାଷା ପ୍ରୟୋଗ ଘଟଣା, ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଜରିଆରେ ଜିଲ୍ଲାପାଳଙ୍କୁ ଦାବୀ ପତ୍ର ପ୍ରଦାନ କଲେ କୋଟଗଡ଼ ସାମ୍ବାଦିକ…

ଅନୁସନ୍ଧାନ ଭାରତ(ବ୍ୟୁର): ସାମ୍ବାଦିକତା ପ୍ରତି ଅଶାଳୀନ ମନ୍ତବ୍ୟ ପ୍ରତିବାଦରେ କୋଟଗଡ କାର୍ଯ୍ୟରତ ସାମ୍ବାଦିକଙ୍କ ତରଫରୁ ବିଡ଼ିଓ ଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି I
ସୂଚନାନୁସାରେ ବିଗତ ଦିନରେ ଫୁଲବାଣୀ ସବ ଇନ୍ସପେକ୍ଟର ଦୀପକ ସାମନ୍ତ ସିଂହାର ଜଣେ କାର୍ଯ୍ୟରତ ସାମ୍ବାଦିକଙ୍କୁ ଗାଳିଗୁଲଜ ଓ ଆକ୍ରମଣ କରିବାକୁ ଯାଇ ସାରା ସାମ୍ବାଦିକତାକୁ ଗାଳି କରିଥିଲେ I ଯାହା ଫଳରେ ସମସ୍ତ ସାମ୍ବାଦିକଙ୍କ ସ୍ୱାଭିମାନ ଓ ପେସାକୁ ଜୋରରେ ଅଘାତ ଲାଗିଥିଲା I ଫଳରେ ଦୀର୍ଘ ଦିନ ଧରି ଜିଲ୍ଲାରେ ତଥା ରାଜ୍ୟରେ ସାମ୍ବାଦିକ ମାନଙ୍କ ମଧ୍ୟରେ ଏକ ପ୍ରକାର କ୍ଷୋଭ ପ୍ରକାଶ ପାଇଥିଲା I ତେଣୁ କନ୍ଧମାଳ ଜିଲ୍ଲା କାର୍ଯ୍ୟରତ ସାମ୍ବାଦିକମାନଙ୍କ ନିଷ୍ପତି କ୍ରମେ ସମସ୍ତ ବ୍ଲକରେ ସମ୍ପୃକ୍ତ SI ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବୀ କରି ଶୃଙ୍ଖଳିତ ଭାବେ ପ୍ରଥମେ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଏବଂ ଆରକ୍ଷୀ ଅଧିକ୍ଷକଙ୍କୁ ଦାବିପତ୍ର ପ୍ରଦାନ ହୋଇଥିଲା I କିନ୍ତୁ କିଛି ସନ୍ତୋଷଜନକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିବାରୁ ଏହି ଘଟଣା ଜିଲ୍ଲାପାଳଙ୍କ ହସ୍ତକ୍ଷେପ ଲୋଡି ସମସ୍ତ ବ୍ଲକ ବିଡିଓଙ୍କ ଜରିଆରେ ଏକ ଦାବୀପତ୍ର ପ୍ରଦାନ କରଯାଇଛି I ସେହି କ୍ରମରେ ଆଜି କୋଟଗଡର କାର୍ଯ୍ୟରତ ସାମ୍ବାଦିକ ସମୂହ ଭାବେ କନ୍ଧମାଳ ଜିଲ୍ଲାପାଳଙ୍କ ଉଦେଶ୍ୟରେ କୋଟଗଡ ବିଡିଓ କୈଳାଶ ଚନ୍ଦ୍ର ମୁର୍ମୁଙ୍କୁ ଏକ ଲିଖିତ ଦାବିପତ୍ର ପ୍ରଦାନ କରିଛନ୍ତି I