ଘୁ.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷରେ ନୂତନ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଦାୟୀତ୍ୱ ଗ୍ରହଣ…

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ ଘୁ. ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଭାବରେ ଦାୟୀତ୍ୱ ନେଲେ ଘୁ. ଉଦୟଗିରି ତହସିଲଦାର ଓଏଏସ ଜନ୍ମେଜୟ ସାହୁ I ଏହା ପୂର୍ବରୁ ଶ୍ରୀ ସାହୁ ପୁରୁଷୋତ୍ତମ ପୁର ତାରାତାରିଣୀ ମନ୍ଦିର ପ୍ରଶାସକ ଭାବେ କାର୍ଯ୍ୟ କରୁଥିଲେ I ବର୍ତ୍ତମାନ ଓଏଏସ ଜନ୍ମେଜୟ ସାହୁ ତହସିଲର ଦାର ଏବଂ ନିର୍ବାହି ଅଧିକାରୀ ଭାବରେ ଦାଇତ୍ୱ ତୁଲାଇବେ I କରୋନା ମହାମାରୀର ଦ୍ଵିତୀୟ ଲେହେରରେ ଓଏଏସ ଜନ୍ମେଜୟ ସାହୁ ତହସିଲଦାର ଭାବରେ ଯୋଗ ଦେଇ ମହାମାରୀକୁ ରୋକିବା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଥିଲେ I ଘୁ.ଉଦୟଗିରି ଏକ ପୁରାତନ ବିଜ୍ଞାପିତ ଅଞ୍ଚଳ ପରିଷଦ, ବିଧାନସଭା ନିର୍ବାଚନ ମଣ୍ଡଳୀ I ହେଲେ ମଧ୍ୟ ସହର ମଧ୍ୟରେ ନାହିଁ ଯାତ୍ରୀବିଶ୍ରାମ ଗାର, ଜନଗହଳି ସ୍ଥାନ ବନ୍ଧଛକରେ ନାହିଁ ଶୌଚାଳୟ , ସହର ମଧ୍ୟରେ ନାହିଁ ଶୁଦ୍ଧ ପାନୀୟ ଜଳ ବ୍ୟବସ୍ଥା ଏବଂ ନୂତନ ବସ ଷ୍ଟାଣ୍ଡ କାର୍ଯ୍ୟକ୍ଷମ ହୋଇ ପାରୁନାହିଁ I ନୂତନ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବରେ ଘୁ. ଉଦୟଗିରି ତହସିଲଦାର ଓଏଏସ ଜନ୍ମେଜୟ ସାହୁ ଦାୟିତ୍ୱ ନେବା ପରେ ଏହି ସବୁ ସମସ୍ୟା ଦୂର ହୋଇ ପାରିବା ନେଇ ଅଞ୍ଚଳ ବାସୀ ଆଶା କରିଥିବା ମତପ୍ରକାଶ ପାଇଛି I