୧୨୭ ବାଟା ଲିୟନ ସିଆରପିଏଫ୍ ପକ୍ଷରୁ ନିଆରା ପ୍ରୟାସ, ଦ୍ଵାରା ମାଓ ପ୍ରବଣ ଅଞ୍ଚଳରେ ୧୪ ତମ ଆଦିବାସୀ ଯୁବା ଆଦାନ ପ୍ରଦାନ କାର୍ଯ୍ୟକ୍ରମ ଆୟୋଜିତ…..

ଅନୁସନ୍ଧାନ ଭାରତ(ବ୍ୟୁର): ଗୃହମନ୍ତ୍ରାଳୟ ନିର୍ଦ୍ଦେଶ ଅନୁସାରେ କେନ୍ଦ୍ରୀୟ ରିଜର୍ଭ ପୋଲିସ ବଳ ଦ୍ଵାରା ମାଓ ପ୍ରବଣ ଅଞ୍ଚଳରେ ୧୪ ତମ ଆଦିବାସୀ ଯୁବା ଆଦାନ ପ୍ରଦାନ କାର୍ଯ୍ୟକ୍ରମ (14th tribal youth exchange program)ଆୟାଜନର ପ୍ରଥମ କାର୍ଯକ୍ରମ ୧୨୭ ବାଟଲିୟନ ସିଆରପିଏଫ୍ ଏବଂ ନେହୁରୁ ଯୁବା କେନ୍ଦ୍ର ଫୁଲବାଣୀ ଦ୍ଵାରା ତାରିଖ ୧୬/୧୦/୨୦୨୨ ଠାରୁ ୨୨/୧୦/୨୦୨୨ ପଯ୍ୟନ୍ତ ଅହମଦାବାଦ ଗୁଜୁରାଟ କରାଯିବ । ଏହି କାର୍ଯ୍ୟକ୍ରମରେ ଓଡିଶାରୁ କନ୍ଧମାଳ ଜିଲ୍ଲାର ତୁମୁଡ଼ିବନ୍ଧ ବ୍ଳକର ୪୦ ଜଣ ଆଦିବାସି ଛାତ୍ର ଛାତ୍ରୀ ତାରିଖ ୧୩/୧୦/୨୦୨୨ରେ ଅହଂମ୍ବଦାବାଦ ଗୁଜୁରାଟ ପଠାଯିବ । ପ୍ରଥମ ଥର କାର୍ଯ୍ୟକ୍ରମ ତାରିଖ ୧୨/୧୦/୨୦୨୨ ରେ ୧୨୭ ବାଟାଲିୟନ ସଆରପିଏଫ ଦ୍ଵାରା ବାଲିଗୁଡା ସ୍ଥିତ ସଭାଗୃହରେ ସକାଳ ୧୦.୩୦ ସମୟରୁ ଅପରାହ୍ନ ୨ ଘଟିକା ସମୟ ପର୍ଯ୍ୟନ୍ତ ପ୍ରତିଯୋଗୀଙ୍କ ଦ୍ଵାରା ସଂ।ସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶନ କରାଯାଇଛି ।

csp

ପ୍ରତିଯୋଗୀଙ୍କୁ ୧୨୭ ବାଟାଲିନର କମାଣ୍ଡେଣ୍ଟ ଶ୍ରୀ ଆନନ୍ଦ ଝା, ଉପ କମାଣ୍ଡେଣ୍ଟ ଶ୍ରୀ ଅଜିତ ସି ବାବୁ, ଏସ ଡି ପି ଓ ଶ୍ରୀ ଜି ଆର ର।ଘବେନ୍ଦ୍ର ବାଲିଗୁଡା ଉପଜିଲ୍ଲାପ।ଳ ଶ୍ରୀ ଦୁଃଖବନ୍ଦୁ ନାୟକ, ଶ୍ରୀ ନବନିତ୍ କୁମାର DYO ଫୁଲବାଣୀ (ନେହେରୁ ଯୁବ।କେନ୍ଦ୍ର) ଦ୍ଵାରା କାର୍ଯ୍ୟକ୍ରମରେ ଯୋଗ ଦେଇ ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଆଦିବାସୀ ଯୁବା ଛାତ୍ରଛାତ୍ରୀଙ୍କ ବ୍ୟକ୍ତିତ୍ଵର ବିକାଶ କରିବା ଏବଂ ରାଷ୍ଟ୍ର ନିର୍ମାଣ ପାଇଁ ପ୍ରେରିତ କରାଯାଉଛି । ସେମାନଙ୍କ ପାରମ୍ପାରିକ ସଂସ୍କୃତିକ ବିକାଶ କୁ ସମୃଦ୍ଧ କରିବା ତଥା ସଂସ୍କୃତି କଳା ଭାଷା ସ୍ୱାସ୍ଥ୍ୟ ଆଦି କ୍ଷେତ୍ରରେ ବିଚାରର ଆଦାନ ପ୍ରଦାନ କରିବା । ଏହି କାର୍ଯ୍ୟକ୍ରମକୁ ଆୟୋଜନ କରିଥିଲେ କମାଣ୍ଡେଣ୍ଟ ଶ୍ରୀ ଆନନ୍ଦ ଝା, ଉପ କମାଣ୍ଡେଣ୍ଟ ଶ୍ରୀ ଅଜିତ୍ ସି ବାବୁ, ସହାୟକ କମାଣ୍ଡେଣ୍ଟ ଶ୍ରୀ କୁମାର ର।ଘବେନ୍ଦ୍ର ଏବଂ ସହାୟକ କମାଣ୍ଡେଣ୍ଟ ଶ୍ରୀ ପ୍ରଦୀପ ପି. କେ ଏବଂଏହି କାର୍ଯ୍ୟକ୍ରମରେ ୧୨୭ ବାଟାଲିନର ସମସ୍ତ ଯବାନ ଉପସ୍ଥିତ ଥିଲେ ।