ଗଛରେ ପିଟି ହେଲା ବାଇକ, ଚାଳକ ମୃତ…….

ଅନୁସନ୍ଧାନ ଭାରତ(ବ୍ୟୁର) : ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅଧୀନ ଭଞ୍ଜନଗର-ଫୁଲବାଣୀ ମୁଖ୍ୟ ରାସ୍ତାର ବୁଦୁଲି ନିକଟ ପୋଲ ଫେକ୍ଟ୍ରି ଠାରେ ଭାରସାମ୍ୟ ହରାଇ ଏକ ବାଇକ ଗଛକୁ ପିଟି ହେବା ଫଳରେ ଚାଳକ ଜଣଙ୍କର ମୃତ୍ୟୁ ଘଟିଛି । ମୃତକ ଜଣକ ହେଲେ ମୁଜାଗଡ଼ ଗ୍ରାମର ଭଞ୍ଜ ସେଠୀ (୩୭) । ମଙ୍ଗଳବାର ମଧ୍ୟାହ୍ନ ସମୟରେ ଭଞ୍ଜ ମୁଜାଗଡ଼ରୁ ଭଞ୍ଜନଗର ଅଭିମୁଖେ ଆସୁଥିବା ବେଳେ ପୋଲ ଫେକ୍ଟ୍ରି ନିକଟରେ ଭାରସାମ୍ୟ ହରାଇ ଏକ ଗଛକୁ ପିଟି ଦେଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ଭଞ୍ଜନଗର ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ଭଞ୍ଜଙ୍କୁ ମୃତ ଘୋଷଣା କରିଥିଲେ । ପୁଲିସ ସେଠାରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ।