ଅନୁସନ୍ଧାନ ଭାରତ(ବ୍ୟୁର): ବ୍ରହ୍ମପୁର ମହାନଗରର ଆଂକୁଲି ଗ୍ରାମ ଶ୍ରୀ ଶିଶୁ ବିଦ୍ୟାଳୟ ଠାରେ ଗାନ୍ଧୀ ଜୟନ୍ତୀ ଓ ଲାଲବାହାଦୁର ଶାସ୍ତ୍ରୀ ଜୟନ୍ତୀ ଉତ୍ସବ ପାଳିତ ହୋଇଛି l ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରିନ୍ସପାଲ, ପ୍ରଧାନ ଶିକ୍ଷୟିତ୍ରୀ ଗାନ୍ଧିଜୀ ଓ ଶାସ୍ତ୍ରୀଜିଙ୍କ ଫୋଟ ଉପରେ ପୁଷ୍ପମାଲ୍ୟ ଦେଇଥିଲେ l
ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସାସ୍କୃତିକ ନୃତ୍ୟ ଓ ଗାନ୍ଧୀଜି ଆମ ଦେଶକୁ କିପରି ଇଂରେଜ ମାନଙ୍କ ଠାରୁ ରକ୍ଷା କରିଥିଲେ ସେ ବିଷୟରେ ବକୃତା ଦେଇଥିଲେ l ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀମାନେ ମିଶି ସ୍ଲୋଗାନ ଦେଇ ରାଲିରେ ଯାଇଥିଲେ l ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଛାତ୍ର ଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ I
Next Post