ଦେଶୀ ବନ୍ଧୁକ ସହ ଜଣକୁ କାବୁ କଲା ବନ ବିଭାଗ…….

ଅନୁସନ୍ଧାନ ଭାରତ(ବ୍ୟୁର): ଉତ୍ତର ଘୁମୁସର ବନଖଣ୍ଡର କେନ୍ଦ୍ରୀୟ ବନାଞ୍ଚଳ ଅଧୀନ ଲାଠିପଡା ସେକ୍ସନ୍‌ର ବିଞ୍ଜଗିରି ସଂରକ୍ଷିତ ଜଙ୍ଗଲରେ ଥିବା ବାରଧାଙ୍ଗିଡି ଇଲାକାରେ ଏକ ଦେଶୀ ବନ୍ଧୁକ ସହ ଜଣେ ଯୁବକକୁ ଗତକାଲି ରାତିରେ ବନ ବିଭାଗ କାବୁ କରିଛି । ସୂଚନା ଅନୁଯାୟୀ ଗତକାଲି ରାତିରେ ବନରକ୍ଷୀ ଶିବାନନ୍ଦ ଦଳେଇ ପେଟ୍ରୋଲିଂ କରୁଥିବା ବେଳେ ଗାଙ୍ଗପୁର ଥାନା ସୁବର୍ଣ୍ଣପୁର ଗ୍ରାମର ଆରତ ଗମାଙ୍ଗ ଏକ ଦେଶୀ ବନ୍ଧୁକ ନେଇ ବୁଲୁଥିବା ଦେଖିଥିଲେ । ଏହାପରେ ବନପାଳ ଅମ୍ରିତା ଜେନାକୁ ଖବର ଦେବା ସହ ବେଆଇନ ବନ୍ଧୁକ ରଖିବା ଅଭିଯୋଗରେ ତାକୁ ରେଞ୍ଜ କାର୍ଯ୍ୟାଳୟକୁ ଅଣାଯାଇଥିବା କେନ୍ଦ୍ରୀୟ ବନାଞ୍ଚଳ ଅଧିକାରୀ କୁମର ବେହେରା ସୂଚନା ଦେଇଛନ୍ତି । ଏନେଇ କେସ୍‌ ନମ୍ବର ୨୪୮ରେ ଏକ ମାମଲା ରୁଜୁ କରିବା ସହ ତଦନ୍ତ ଜାରି ରହିଥିବା ଶ୍ରୀ ବେହେରା ସୂଚନା ଦେଇଛନ୍ତି ।