ଅନୁସନ୍ଧାନ ଭାରତ(ବ୍ୟୁର): ଖଜୁରୀପଡା ବ୍ଲକର ସେୟାର ପ୍ରକଳ୍ପ କାର୍ଯ୍ୟାଳୟ ଗୁଦାରୀ ଠାରେ ନେହରୁ ଯୁବ କେନ୍ଦ୍ର ଫୁଲବାଣୀ ତରଫରୁ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମର ଅନୁଷ୍ଠିତ ହୋଇଯାଇ ଅଛି l ଏହି କାର୍ଯ୍ୟକ୍ରମ ଭାରତର ପ୍ରତେକ ଜ଼ିଲ୍ଲାରେ ଅନୁଷ୍ଠିତ ହେବ l ଏହି କାର୍ଯ୍ୟକ୍ରମ ୧ ଅକ୍ଟବରରୁ ୩୦ ଅକ୍ଟବର ୨୦୨୨ ପର୍ଯ୍ୟନ୍ତ ଚାଲିବ l ଏହି କାର୍ଯ୍ୟକ୍ରମକୁ ଭାରତର କ୍ରୀଡାମନ୍ତ୍ରୀ ଅନୁରାଗ ଠାକୁର ଭିଡିଓ କନଫରେନ୍ସ ମାଧ୍ୟାମରେ ଶୁଭ ଉଦଘାଟନ କରିଛନ୍ତି l ନେହରୁ ଯୁବ କେନ୍ଦ୍ର ଫୁଲବାଣୀ ତରଫରୁ ସେୟାର ପକଳ୍ପ ଅନୁଷ୍ଠାନ ଗୁଦାରୀ ଠାରେ ସେୟାର ମୁଖ୍ୟ ପରିଚାଳକ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ କାର୍ଯ୍ୟକ୍ରମର ଉଦଘାଟନ କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ନେହରୁ ଯୁବ କେନ୍ଦ୍ର ଫୁଲବାଣୀର ସହକର୍ମୀ ସତ୍ୟବାନ ଦଳବେହେରା, ସ୍ୱେଚ୍ଛା ସେବୀମାନଙ୍କ ମଧ୍ୟରେ ସୋନାଲି ଡିଗାଲ, ରୀତିମା ବାଘ, ମେଘାରାଣୀ ମହାପାତ୍ର, ଚନ୍ଦ୍ର ମଣୀ ଦେହୁରୀ, ସିବେନ୍ଦ୍ର ଡିଗାଲ ଓ କମଳ ଲୋଚନ ଦେହୁରୀ, ମିନି କଂହର, ସୁଭଦ୍ରା ମଲ୍ଲିକ, ଗୋବିନ୍ଦ କହ୍ନର ପ୍ରମୁଖ ଉପସ୍ଥିତ ଥିଲେ l ନେହରୁ ଯୁବ କେନ୍ଦ୍ର ଫୁଲବାଣୀ ତରଫରୁ ୨୨୫୦୦ହଜାର କେଜି ପ୍ଲାଷ୍ଟିକ କଳଲେକ୍ସନ ହେବ ବୋଲି ନେହରୁ ଯୁବ କେନ୍ଦ୍ର ଫୁଲବାଣୀର ଜିଲ୍ଲା ଯୁବ ଅଧିକାରୀ ନଭିନୀତ କୁମାର ଅବଗତ କରିଥିଲେ l