ଗୁଡାରୀ ଠାରେ ନେହରୁ ଯୁବ କେନ୍ଦ୍ର ଫୁଲବାଣୀ ଓ ଜ଼ିଲ୍ଲା ପ୍ରଶାସନ କନ୍ଧମାଳ ତରଫରୁ ଗାନ୍ଧୀ ଜୟନ୍ତୀ କାର୍ଯ୍ୟକ୍ରମ ଅନୁଷ୍ଠିତ………
ଅନୁସନ୍ଧାନ ଭାରତ(ବ୍ୟୁର): ଖଜୁରୀପଡା ବ୍ଲକର ଗୁଡାରୀ ଠାରେ ନେହରୁ ଯୁବ କେନ୍ଦ୍ର ଫୁଲବାଣୀ ଓ ଜ଼ିଲ୍ଲା ପ୍ରଶାସନ କନ୍ଧମାଳ ତରଫରୁ ଗାନ୍ଧୀ ଜୟନ୍ତୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇ ଅଛି l ଅନୁଷ୍ଠିତ କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ଭାବରେ ଜ଼ିଲ୍ଲା କ୍ରୀଡ଼ା ଅଧିକାରୀ ସମୀର କୁମାର ନାୟକ ଯୋଗ ଦେଇ ଥିବା ବେଳେ ସନମାନୀତ ଅତିଥି ଭାବରେ ଗୁଡାରୀ ସରପଞ୍ଚ ସୁଜିତ ମଲ୍ଲିକ, ଧନୁତିର ପ୍ରଶିକ୍ଷକ ଆଶାରାମ ହସଦା, ଗୋବିନ୍ଦ ଚନ୍ଦ୍ର ବେହେରା, ବଦ୍ରୀ ନାଥ କହ୍ନର, କରିସୀମା ବେହେରା ଏବଂ ନେହରୁ ଯୁବ କେନ୍ଦ୍ର ଫୁଲବାଣୀର ସ୍ୱେଚ୍ଛା ସେବୀ ଚନ୍ଦ୍ରମଣୀ ଦେହୁରୀ, ସିବେନ୍ଦ୍ର ଡିଗାଲ, କମଳ ଲୋଚନ ଦେହୁରୀ, ମିନି କଂହର, ସୁଭଦ୍ରା ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ l ଏହି ଦିବସ ଉପଲକ୍ଷେ ଏକ ମିନି ମାରାଥନ ଅନୁଷ୍ଠିତ ହୋଇ ଥିଲା l ମୁଖ୍ୟ ଅତିଥି ଅନୁଷ୍ଠିତ ଦିବସର ମୁଖ୍ୟଲକ୍ଷ ଓ ଉଦେଶ୍ୟ ବିଷୟରେ ଉପସ୍ଥିତ ଯୁବ ଭାଇ ଓ ଭଉଣୀମାନଙ୍କୁ ଅବଗତ କରିଥିଲେ l ବୈଠକରେ ନେହରୁ ଯୁବ କେନ୍ଦ୍ର ଫୁଲବାଣୀର ସ୍ୱେଚ୍ଛା ସେବୀ ଚନ୍ଦ୍ର ମଣି ଦେହୁରୀ ମୁଖ୍ୟ ଅତିଥି, ସନମାନୀତ ଅତିଥି ଓ ଉପସ୍ଥିତ ଯୁବ ଭାଇ ଓ ଭଉଣୀମାନଙ୍କୁ ସ୍ୱାଗତ କରିଥିବା ବେଳେ ଗୋବିନ୍ଦ ଚନ୍ଦ୍ର ବେହେରା ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ l