ଅନୁସନ୍ଧାନ ଭାରତ(ବ୍ୟୁର): ବ୍ରହ୍ମପୁର ମହାନଗର ବଡ ବଜ଼ାର ପୁଲିସକୁ ମିଳିଛି ବଡ ସଫଳତା l ବଡବଜ଼ାର ଠାରେ ଏକ ଘର ଭିତରେ ଜୁଆ ଖେଳ ଚାଲିଥବା ସମୟରେ କୌଣସି ସୂତ୍ରରୁ ଖବର ପାଇ ବଡବଜ଼ାର ପୁଲିସ ପହଂଚି ପାଞ୍ଚ ଜଣ ଜୁଆଡିଙ୍କୁ କାବୁ କରି ଗିରଫ କରିଛି l
ସେମାନଙ୍କ ମଧ୍ୟରେ ଜଣେ ମହିଳା ମଧ୍ୟ ଗିରଫ ହୋଇ ଥିବା ପୁଲିସ ସୂଚନା ଦେଇଛି l ପୁଲିସ ସେମାନଙ୍କ ଠାରୁ ୪ଟି ମୋବାଇଲ ଓ ୪୪୦୦୦ଟଙ୍କା ଜବତ କରିଛି l