ଅନୁସନ୍ଧାନ ଭାରତ(ବ୍ୟୁର): ବ୍ରହ୍ମପୁର. ବ୍ରହ୍ମପୁର ମହାନଗରର ଲାଞ୍ଜିପଲ୍ଲୀ ଗୂଡ଼ସେଡ ରୋଡ ସ୍ଥିତ ଗୁରୁକୁଳ ଇଣ୍ଟରନେସନାଲ ପବ୍ଲିକ ସ୍କୁଲରେ ପେରେଣ୍ଟସ ମୀଟିଙ୍ଗ ଅନୁଷ୍ଠିତ ହୋଇଛି l ଉକ୍ତ କାର୍ଯ୍ୟକ୍ରମରେ ଛାତ୍ର ଛାତ୍ରୀମାନଙ୍କର ଅର୍ଦ୍ଧବାର୍ଷିକ ପରୀକ୍ଷାର ଫଳାଫଳ ଘୋଷଣା କରାଯାଇଥିଲା l କ୍ଲାସରେ ଉତୀର୍ଣ୍ଣ ଛାତ୍ରଛାତ୍ରୀମାନଙ୍କୁ ସାର୍ଟିଫିକେଟ ବଣ୍ଟନ କରାଯାଇଛି l
ୟୁକେଜି କ୍ଲାସରେ ପଢ଼ୁଥିବା ଛାତ୍ରୀ କ୍ରିତିକ ପ୍ରଧାନ କ୍ଲାସରେ ସବୁ ଛାତ୍ରଛାତ୍ରୀମାନଙ୍କ ଠାରୁ ଅଧିକ ନମ୍ବର ରଖି ଉତୀର୍ଣ୍ଣ ହୋଇଥିବାରୁ ତାଙ୍କୁ ସାର୍ଟିଫିକେଟ ଦେଇ ବିଦ୍ୟାଳୟ ପକ୍ଷରୁ ପୁରସ୍କୃତ କରାଯାଇଛି l ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ, ଶିକ୍ଷକ ଓ ଶିକ୍ଷୟିତ୍ରୀ, ପେରେଣ୍ଟସମାନେ ଉପସ୍ଥିତ ଥିଲେ l